csstore

ମାଉସୀ ମନ୍ଦିରକୁ ପଶିଲା ବର୍ଷା ପାଣି : ଆଗକୁ ରଥଯାତ୍ରା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ବଡ଼ବଜାର ଠାରେ ଅବସ୍ଥିତ ବହୁ ପୁରାତନ ନୃସିଂହ ମନ୍ଦିର ଭିତରକୁ ସାମାନ୍ୟ ବର୍ଷାରେ ପଶିଲା ବର୍ଷା ପାଣି । ଗତକାଲି ବର୍ଷାରେ ମନ୍ଦିର ଭିତର ମଣ୍ଡପରେ ଆଣ୍ଠୁଏ ପାଣି ଜମିରହିଛି । ଏନେଇ ଆଜି ଭକ୍ତ ମହଲରେ ଅସନ୍ତୋଷ ଲାଗିରହିଛି । ମନ୍ଦିର ଚତୁଃପାର୍ଶ୍ୱରେ ରାସ୍ତା ସବୁ ଉଚ୍ଚତାରେ ରହିଥିବା ହେତୁ ପାଣି ନିଷ୍କାସନ ହୋଇପାରୁନି । ମନ୍ଦିର ସମ୍ମୁଖ ପାର୍ଶ୍ୱରୁ ନିଷ୍କାସିତ ହେଉଥିବା ପାଣି ନାଳ ସଫା ନହେବାରୁ ଏପରି ପରିସ୍ଥିତି ଉପୁଜିଥିବା ଭକ୍ତ ତଥା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ପୌରସଂସ୍ଥାର ଦୁର୍ବଳ ଡ୍ରେନେଜ୍ ସିଷ୍ଟମ ହିଁ ଏଥିପାଇଁ ଦାୟୀ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି । ପୁଣି ଆଗକୁ ରଥଯାତ୍ରା ଆସୁଥିବା ବେଳେ କାହିଁ ଆବାହମାନ କାଳରୁ ନୃସିଂହ ମନ୍ଦିରକୁ ବଡ ଜଗନ୍ନାଥଙ୍କ ମାଉସୀ ମନ୍ଦିର ଭାବରେ ବ୍ୟବହୃତ କରାଯାଏ । ରଥଯାତ୍ରାରୁ ବାହୁଡ଼ାଯାତ୍ରା ୧୦ ଦିନ ଧରି ନୃସିଂହ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହେ । ଏନେଇ ପୌର ପରିଷଦ ଓ ଦେବୋତ୍ତର ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଦୃଢ଼ ଦାବୀ ହେଉଛି ।

jayashree
Leave A Reply

Your email address will not be published.