csstore

ସାଲେପାଲି ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଓ ଅଜୀବିକା ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଏବଂ ଅଜୀବିକା ମିଶନ ଗ୍ରାମୀଣର ଜାତୀୟସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସୁନ୍ଦରଗଡ଼ ଡିପିଆରସି ଭବନରେ ଆଭାସୀ ମାଧ୍ୟମରେ ଜିଲ୍ଲା ପ୍ରଶାସନର ଅଧିକାରୀ, ଜନପ୍ରତିନିଧି, ହିତାଧିକାରୀ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଏହା ପରେ ସୁନ୍ଦରଗଡ଼ ସଦର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ଗ୍ରାମୀଣ ଗ୍ୟାରେଣ୍ଟି ରୋଜଗାର ଯୋଜନା ଏବଂ ଅଜୀବିକା ମିଶନ ଗ୍ରାମୀଣର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ, ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ସାହୁ, ସଦର ବିଡିଓ ମୋତିଲାଲ ସୁଲିଆ, ସରପଞ୍ଚ ଶ୍ରୀମତୀ ସ୍ୱର୍ଣ୍ଣ କୁମାରୀ ମାଝୀ, ସମିତି ସଭ୍ୟ ଜିତେନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ କହିଥିଲେ ଯେ, ଗ୍ରାମର ବିକାଶ ହେଲେ ଦେଶର ବିକାଶ ସମ୍ଭବ । ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲକ୍ଷ୍ୟ ନେଇ ଗ୍ରାମ ସ୍ତରରେ ସମନ୍ୱିତ ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଅଧୀନରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି, ଗ୍ରାମ ସଭା ମାଧ୍ୟମରେ ଗ୍ରାମ ସ୍ତରୀୟ ପରିକଳ୍ପନା, ଗ୍ରାମୀଣ ସଡ଼କ ସଂଯୋଗ, ରୋଜଗାର ସୃଷ୍ଟି ଓ ଭିତ୍ତିଭୂମି ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହା ବ୍ୟତୀତ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଏଥିରେ ପ୍ରତ୍ୟେକ ଗ୍ରାମୀଣ ପରିବାର ପ୍ରତିବର୍ଷ ୧୨୫ ଦିନ ନିଶ୍ଚିତ କର୍ମ ନିଯୁକ୍ତି ପାଇବେ । ଏହି ଯୋଜନା ଅଧୀନରେ ୪ଟି ବର୍ଗରେ ମୋଟ ୩୧୮ଟି କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ସୂଚନା ଦେଇଥିଲେ । ଏହି ଅବସରରେ ସାଲେପାଲି ନର୍ସରୀଠାରେ ଷ୍ଟୋନ ଗାର୍ଡ ଟ୍ରେଞ୍ଚ ଖନନ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଅତିଥିମାନେ ବୃକ୍ଷ ରୋପଣ ମଧ୍ୟ କରିଥିଲେ ।

jayashree
Leave A Reply

Your email address will not be published.