jayashree

ପାଇକମାଳ ବନାଞ୍ଚଳ ଦ୍ଵାରା ଅନୁଷ୍ଠିତ ବନ ମହୋତ୍ସବରେ ବୃକ୍ଷରୋପଣ କଲେ ସ୍କୁଲ ଛାତ୍ରଛାତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ କେଛୋଦାଦର ଗ୍ରାମ ପଞ୍ଚାୟତର ଝେନେଙ୍ଗାଡିହି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆଜି ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କରାଯାଇଛି । ଫ୍ରେଜରପୁର ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ପରିସରରେ ଅନୁଷ୍ଠିତ ବନ ମହୋତ୍ସବ ବୃକ୍ଷରୋପଣ କାର୍ଯ୍ୟକ୍ରମ ପୂର୍ବରୁ ସଚେତନତା ଅଭିଯାନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ପାଇକମାଳ ରେଞ୍ଜର ହୃଦାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟେମରି ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ କେଛୋଦାଦର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ମୁଖ୍ୟବକ୍ତା ଭାବେ ଝେଙ୍ଗାନା ଡ଼ିହି ହାଇସ୍କୁଲ ଖେଳ ଶିକ୍ଷକ ଅକ୍ଷୟ କୁମାର ସାହୁ ସମେତ ବସନ୍ତ ବାଗ ଯୋଗଦେଇ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନେ ଖୁସି ଓ ଉତ୍ସାହର ସହ ବୃକ୍ଷ ରୋପଣ କରି ନିଜକୁ ଧନ୍ୟ ମନେ କରିଥିଲେ । ପରିଶେଷରେ ଫରେଷ୍ଟର ରଜନୀ ବଢ଼େଇ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.