
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା କ୍ଲଷ୍ଟର ସାହାଜୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାଚନ୍ଦ୍ର ବେହେରାଙ୍କ ଅବସର ଗ୍ରହଣ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଙ୍ଗୋମୁଣ୍ଡା ବିଇଓ ଶାନ୍ତନୁ ପଢ଼ିଆରୀ, ଏବିଇଓ କୈଳାସ ଭୋଇ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଶରାଜ ବେହେରା, ସମ୍ପାଦକ ତଥା ଏକ୍ସ କ୍ୟାଡର ସଂଘର ସଭାପତି ଜୟନ୍ତିଲାଲ ସାହୁ, ପଳସଖଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବତ୍ସ ଦାସ, ବେଲପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ନରସିଂହ ତାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହିମାଂଶୁ ବାଗ, ଚୁଲିଫୁଙ୍କା କ୍ଲଷ୍ଟରର ସିଆରସିସି ତୁଳସୀ ପ୍ରସାଦ ସୁନା, ପୂର୍ବତନ ସିଆରସିସି ବିମଳ ଛୁରା, ବିଦ୍ୟାଳୟର ସହକାରୀ ଶିକ୍ଷକ କିଶୋର କୁମାର ବେହେରା, ଶିକ୍ଷୟିତ୍ରୀ ରୀତା ବାଗ ଏବଂ ଚୁଲିଫୁଙ୍କା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ । ଡୋଳାଚନ୍ଦ୍ର ବେହେରାଙ୍କ ଦୀର୍ଘ ଦିନର ଶିକ୍ଷକତା ଜୀବନ, ଶିକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ, କର୍ତ୍ତବ୍ୟନିଷ୍ଠା ଓ ସରଳ ବ୍ୟକ୍ତିତ୍ୱର ଅଧିକାରୀ କହି ଉପସ୍ଥିତ ବକ୍ତାମାନେ ପ୍ରଶଂସା କରିଥିଲେ । ପରିଶେଷରେ ଉପସ୍ଥିତ ଅତିଥିମାନେ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସୁସ୍ଥ, ସୁଖମୟ ଓ ଦୀର୍ଘାୟୁ ଅବସର ଜୀବନ କାମନା କରିଥିଲେ । ବିରାଟ ପଟୁଆରରେ ସମସ୍ତ ଶିକ୍ଷକ ଓ ସାହାଜୋଟ ଗ୍ରାମବାସୀ ଭାବ ବିହ୍ଵଳ ପରିବେଶରେ ନିଜର ଆଦର୍ଶ ଶିକ୍ଷକଙ୍କୁ ତାଙ୍କ ଘରକୁ ପାଛୋଟି ଆଣିଥିଲେ । ଶିକ୍ଷକ ଜୀବନରେ ତାଙ୍କର ପାରଦର୍ଶିତା ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅକୁଣ୍ଠା ଭଲ ପାଇବା ଓ ମାର୍ଗ ଦର୍ଶିକା ପାଇଁ ଶ୍ରୀ ବେହେରାଙ୍କୁ ଅଂଚଳରେ ଲୋକେ ଭୁରି ଭୁରି ପ୍ରଶଂସା କରୁଛନ୍ତି ।
