csstore

ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ : ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଆନନ୍ଦ ନିକେତନ, ଖୁଜେନପାଲିଠାରେ ୭୭ତମ ବନ ମହୋତ୍ସବ ସପ୍ତାହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସମ୍ପାଦକ ସ୍ୱାମୀ ସତ୍ୟବେଦନନ୍ଦ ସରସ୍ୱତୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ବନ ବିଭାଗ ପକ୍ଷରୁ ରେଞ୍ଜର ନବୀନ ପଣ୍ଡା, ଫରେଷ୍ଟର ଆନନ୍ଦ ବିହାରୀ ସ୍ୱାଇଁ ଏବଂ ବନରକ୍ଷୀ ଭାରତୀ ମାଝୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରାଚାର୍ଯ୍ୟ ଡଃ. ସୁଶାନ୍ତ କୁମାର ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ ଏବଂ ବିଶ୍ୱାତ୍ମ ବିଦ୍ୟା ମନ୍ଦିର, ବଲାଙ୍ଗିର ଇକୋ କ୍ଲବ ପ୍ରମୁଖ ସଞ୍ଜୟ କୁମାର ଦାସ ମଧ୍ୟ ଉପସ୍ଥିତ ଥିଲେ । ସଭାର ଆରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପରେ ଅତିଥିମାନେ ପରିବେଶ ସୁରକ୍ଷା, ବନ ସଂରକ୍ଷଣ, ଜୈବ ବିବିଧତାର ଗୁରୁତ୍ୱ ଏବଂ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଉଦ୍‌ବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିରର ସଂଯୋଜକ ସମ୍ବିତ୍ କୁମାର ସଞ୍ଚାଳନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅତିଥିମାନଙ୍କ ଉପସ୍ଥିତିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା । ଏହି ଅବସରରେ ବଲାଙ୍ଗିର ରେଞ୍ଜର କର୍ମଚାରୀ ବ୍ୟାସଦେବ ସାହୁ, ଅଶୋକ କୁମାର ସେଠ, ଶରତ କୁମାର ନାଏକ ଓ ମାନସୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

jayashree
Leave A Reply

Your email address will not be published.