csstore

କେସିଙ୍ଗା ସଚେତନ ନାଗରିକ ମଞ୍ଚ ସଂଗଠନର ନୂତନ କର୍ମକର୍ତ୍ତା ଚୟନ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହର ଏବଂ ସମସ୍ତ ଗ୍ରାମାଞ୍ଚଳକୁ ନେଇ ଗତ ୨୦୧୬ରୁ ଗଠନ ହୋଇ ଆସିଥିବା ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ କେସିଙ୍ଗା ଆଜି ନୂତନ କମିଟି ଘୋଷଣା କରିଛି । ସଂଗଠନ ସଭାପତି ଗୋବିନ୍ଦ ବନଛୋରଙ୍କ ସଭାପତିତ୍ୱରେ ମଞ୍ଚାସୀନ ଥିଲେ କେସିଙ୍ଗା ସାମ୍ବାଦିକ ମହାସଂଘ ସଭାପତି ଦୟାନିଧି ସୁନାନୀ, ସଂଗଠନ ପୂର୍ବ ସଭାପତି ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଭୋଇ ଓ କେସିଙ୍ଗା ଓକିଲ ସଂଘ ସଭାପତି ଗୁରୁପ୍ରସାଦ ବଗର୍ତ୍ତୀ । ନୂତନ କମିଟିରେ ଉପସଭାପତି ଭାବେ ଶ୍ରୀମତୀ ସରିତା ସିନ୍ଦୁର, ରାମଜୀ ମାତଖଣ୍ଡିଆ, ରାମଲାଲ ସୁନାନୀ ଏବଂ ରଘୁରାଜ ସିଂହ, ସାଧାରଣ ସମ୍ପାଦକ ରୂପେ ଆଇନଜୀବୀ ଟିକେମନ ଦୀପ, ଏଲ୍‌କେ ନାଇଡ଼ୁ, ସମ୍ପାଦକ ରୂପେ ଛଅ ଜଣ ଓ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ପଟ୍ଟନାୟକ ଏବଂ ସହ କୋଷାଧକ୍ଷ ଭାବେ ଚମ୍ପକ ସାହାଙ୍କ ନାମ ସ୍ଥାନ ପାଇଛି । ଗଣମାଧ୍ୟମ ସେଲ ମୁଖ୍ୟ ଭାବେ ସାମ୍ବାଦିକ ସଂଘ ସଭାପତି ଦୟାନିଧି ସୁନାନୀ, ସହକାରୀ ଭାବେ ଗଜିନ ସାହୁ ସଭ୍ୟ ଭାବେ ମଧୁସୂଦନ ଠାକୁର, ଅର୍ଜୁନ ପୋଢ଼, ମହମ୍ମଦ ଆଗଜାନ, ସତ୍ୟ ମହାନନ୍ଦ ଏବଂ ସୁଜୟ ଦାସ ମହୋଦୟଙ୍କୁ ଚୟନ କରାଯାଇଛି । ସେହିଭଳି ଉପଦେଷ୍ଟା କମିଟି ଅଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ଭୋଇ ଏବଂ ସହକାରୀ ଭାବେ ଗୁରୁପ୍ରସାଦ ବଗର୍ତ୍ତୀଙ୍କ ନାମ ସଭ୍ୟ ଭାବେ ସ୍ଥାନ ପାଇଛି । ସେହିଭଳି କାର୍ଯ୍ୟକାରୀ କମିଟିର ନାମ ଘୋଷଣା ହୋଇଥିଲା । ବୈଠକରେ ଆଗାମୀ ଦିନରେ ସଂଗଠନ ମଜବୁତ ହେବା ଏବଂ ଅଞ୍ଚଳର ସମସ୍ତ ସମସ୍ୟାକୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ଯୋଗେ ସମାଧାନ କରିବାକୁ ପ୍ରସ୍ତାବକୁ ପାରିତ କରାଯାଇଥିଲା । ବୈଠକକୁ ସାଧାରଣ ସମ୍ପାଦକ ଟିକେମନ ଦୀପ ପରିଚାଳନା କରିଥିଲେ । ଶେଷରେ ବରିଷ୍ଠ କର୍ମକର୍ତ୍ତା ରାମଜୀ ମାତଖଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.