jayashree

ପୈତୃକ ଜମି ଜବରଦଖଲକୁ ନେଇ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଛତ୍ରଙ୍ଗ ଗାଁର ବାଗ ପରିବାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଛତ୍ରଙ୍ଗ ଗାଁର ବାଗ ପରିବାର ନିଜ ପୈତୃକ ଜମିକୁ ଜବରଦଖଲ କରାଯାଇଥିବା ଏବଂ ବିରୋଧ କଲେ ଜୀବନରେ ମାରିଦେବାକୁ ଧମକ ମିଳୁଥିବା ଅଭିଯୋଗ ନେଇ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପରିବାର ପକ୍ଷରୁ ନ୍ୟାୟ ପ୍ରଦାନ ସହ ତୁରନ୍ତ ପୋଲିସ ହସ୍ତକ୍ଷେପ ଦାବି କରାଯାଇଛି । ବାଗ ପରିବାରର କହିବା ଅନୁସାରେ, ଛତ୍ରଙ୍ଗ ମୌଜାରେ ସେମାନଙ୍କ ପୂର୍ବପୁରୁଷଙ୍କ ନାମରେ ପ୍ରାୟ ତିନି ପିଢ଼ି ଧରି ଜମି ରହିଆସିଛି । ଦୀର୍ଘ ବର୍ଷ ଧରି ସେମାନେ ଏହି ଜମିରେ ଚାଷ କରି ଫସଲ ଉତ୍ପାଦନ କରୁଥିଲେ । କିନ୍ତୁ ଗତ ବର୍ଷଠାରୁ ନୂଆପଡ଼ା ଜିଲ୍ଲା ତୁକୁଲା ଗାଁର ଫକୀର ଜଗତ ଜୋରଜବରଦସ୍ତ ଏହି ଜମିକୁ ଦଖଲ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ପରିବାରର ସଦସ୍ୟମାନେ ଜମିକୁ ଯିବାକୁ ଚେଷ୍ଟା କଲେ ଫକୀର ଜଗତ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ନିଜ ପୈତୃକ ସମ୍ପତ୍ତିର ସୁରକ୍ଷା ସହ ପରିବାରର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ କରି ବାଗ ପରିବାର ବଲାଙ୍ଗିର ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ କରି ଜମି ଫେରାଇବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.