csstore

ନୃସିଂହନାଥରେ ଦେବସ୍ନାନ ଉତ୍ସବ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ଦେବସ୍ନାନ ପୂଣ୍ଣିମା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି । ତିନି ଠାକୁରଙ୍କୁ ପହଣ୍ତି କରାଯାଇ ସ୍ନାନ ମଣ୍ତପକୁ ଅଣାଯାଇଥିଲା । ସେଠାରେ ତିନି ଠାକୁରଙ୍କୁ ପୂଜା କରାଯିବା ପରେ ରୀତିନୀତି ଅନୁସାରେ ହୋମ ଆଳତୀ କରାଯାଇଥିଲା । ୧୦୮ କଳସ ପାଣିରେ ଏକ ପିତ୍‌ତ୍ତଳ ହଣ୍ତାରେ ଭର୍ତ୍ତି କରି ହଳଦୀ, ଅଗୃର, ଚନ୍ଦନ ଇତ୍ୟାଦି ମିଶାଇ ସୁବାସିତ ଜଳ ପ୍ରସ୍ତୁତ କରି ମନ୍ତ୍ର ଉଚ୍ଚାରଣ ସହ ତିନି ଠାକୁରଙ୍କୁ ପ୍ରଥମେ ମୁଖ୍ୟ ପୂଜକ ସ୍ନାନ କରାଇଥିଲେ । ସମସ୍ତ ଭକ୍ତବୃନ୍ଦ ଉପସ୍ଥିତ ଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏହି ଉତ୍ସବକୁ ପରିଚାଳନା କରିଥିଲେ । ପ୍ରଥମେ ମନ୍ଦିର କର୍ମଚାରୀମାନେ ଓ ପରେ ଉପସ୍ଥିତ ଭକ୍ତମାନେ ସ୍ନାନ କରାଇଥିଲେ । କର୍ତ୍ତା ଭାବେ ଆଜାଦ ମାଝି ଦାୟିତ୍ୱ ତୁଳାଇ ଥିଲେ । ନୃସିଂହନାଥ ବ୍ରାହ୍ମଣ ସମାଜ ସଭାପତି ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ମନ୍ଦିର ସେବାୟତ, ସୁବୋଧ ପଣ୍ତା, ଶଙ୍କର ଦାସ, ଜେକି ସରାଫ ପ୍ରମୁଖ ଯୋଗଦାନ କରି ତନି ଠାକୁରଙ୍କୁ ସ୍ନାନ କରାଇଥିଲେ । କୁଳ ପୁରୋହିତ ସୁନିଲ ପୁରୋହିତ, ସତ୍ୟ ପୁରୋହିତ, ପୂଜକ ସିର୍ଦ୍ଧାଥ ପୁରୋହିତ, ସୁଜ୍ଞାନ୍ତ ତ୍ରିପାଠୀ, ମନମିତ ପୁରୋହିତ, ଶୁଭମ ପୁଝାରୀ ପୁଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ସ୍ନାନ ଉତ୍ସବରେ ବହୁସଂଖ୍ୟାରେ ଭକ୍ତମାନେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.