
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ ବୈଠକ ଆଦର୍ଶପଡାସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଭୀମଭୋଇ ମେଡିକାଲ କଲେଜରେ ଏକ ହୃଦରୋଗ ବିଶେଷଜ୍ଞ ନିଯୁକ୍ତି ସହ ଏମ.ଆର.ଆଇ. ସିଟି ସ୍କେନ ଆଦି ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କୁ ଦାବୀପତ୍ର ଦିଆଯାଇଥିବା ସଂପାଦକ ମଧୁସୂଦନ ନାୟକ ସଭାରେ ଜଣାଇଥିଲେ । ରୋଗୀମାନଙ୍କୁ ଡାକ୍ତରଖାନା ଯିବାପାଇଁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ସରକାରୀ ବସଷ୍ଟେଣ୍ଡରୁ ତଥା ରେଳୱେ ଷ୍ଟେସନରୁ ଟାଉନ ବସର ସୁବିଧା କରି ଭୀମଭୋଇ ମେଡିକାଲ କଲେଜ, ଜିଲ୍ଲା ହସ୍ପିଟାଲ ଆଦି ସ୍ଥାନକୁ ଯିବାଆସିବା ବ୍ୟବସ୍ଥା କରିବା ପାଇଁ ପରିବହନ ବିଭାଗକୁ ଅନୁରୋଧ କରାଯାଇଛି । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ବିଭିନ୍ନ ଜାଗାରେ ବନମହୋତ୍ସବ ପାଳନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ବନବିଭାଗର ସହଯୋଗରେ ଟିକ୍ରାପଡା ସ୍କୁଲ ପରିସରରେ ଆସନ୍ତା ଜୁଲାଇ ୪ ରେ ବୃକ୍ଷରୋପଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସଭାରେ ନିତ୍ୟାନନ୍ଦ ମିଶ୍ର, ତ୍ରିନାଥ ସାହୁ, ଶରତ ମହାକୁର, ତରୁଣ ମିଶ୍ର, ପ୍ରକାଶ ନେପାକ, ଡା. ପ୍ରମୋଦ ମିଶ୍ର, ଗୋପବନ୍ଧୁ ପୁରୋହିତ, ବିନୋଦ ପାଣିଗ୍ରାହୀ, ପ୍ରଫୁଲ୍ଲ ମିଶ୍ର, ଚନ୍ଦ୍ରମଣୀ ଭାଟି ଆଦି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସହ-ସଂପାଦକ ସୁନିଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
