jayashree

ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିତ୍ୟାନ୍ତ ଆବଶ୍ୟକ – ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ସାମାଜିକ ସଂଗଠନ ଅଖିଳ ଭାରତୀୟ ଅଗ୍ରୱାଲ ମହିଳା ସମିତି ଦ୍ୱାରା ରେଲୱେ କଲୋନୀ ଅଞ୍ଚଳରେ ବୃହତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଅବସରରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜେ ବୃକ୍ଷ ରୋପଣ କରିବା ସହିତ ଆୟୋଜିତ ଏକ ଉତ୍ସବରେ ନିଜ ବକ୍ତବ୍ୟରେ ସୁସ୍ଥ ସମାଜ ଗଠନରେ ସୁସ୍ଥ ପରିବେଶ ନିର୍ମାଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏକ ସୁସ୍ଥ ପରିବେଶ ନିର୍ମାଣ କରିବା ପାଇଁ ବ୍ୟାପକ ମାତ୍ରାରେ ବୃକ୍ଷ ରୋପଣ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ । ସ୍ମାର୍ଟ ଲେଡିଜ କ୍ଲବର ସହଯୋଗରେ ଆୟୋଜିତ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଉଭୟ ସଂଗଠନର ବହୁ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.