csstore

ନିର୍ଝରିଣୀ ତରଫରୁ ଜନ୍ମ ଦିନରେ ଶିଶୁ ପତ୍ରିକା ବଣ୍ଟନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ପିଲାଙ୍କ ଜନ୍ମ ଦିନରେ ଶିଶୁ ପତ୍ରିକା ମମତାର ଡୋରି ସମେତ ଅନ୍ୟାନ୍ୟ ପତ୍ରିକା ବଣ୍ଟନ ହୋଇଥିଲା । ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଗ୍ରାମରେ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ ତରଫରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ସର୍ବ ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ନେଇ ଖେଳ ପ୍ରତିଯୋଗିତା ହୋଇଥିଲା । ତାପରେ ତେନ୍ତୁଳି ଖୁଣ୍ଟି ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ ଛାତ୍ର ମନୋରଞ୍ଜନ ଖର୍ସେଲଙ୍କ ଜନ୍ମଦିନ କେକ କାଟି ପାଳନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ତାଙ୍କୁ ଶିଶୁ ପତ୍ରିକା ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା । ସମ୍ପାଦକ ଶ୍ରୀ ଦାଶ ବର୍ତ୍ତମାନର ଡିଜିଟାଲ ଯୁଗରେ ପୁସ୍ତକ ପଠନର ଆଗ୍ରହ କମି କମି ଯାଉଛି ତେଣୁ ପଠନକୁ ଛାତ୍ରଛାତ୍ରୀମାନେ କିପରି ଆପଣେଇନେବେ ସେଥିପ୍ରତି ଆମ ସମସ୍ତଙ୍କ ଗୁରୁ ଦାୟିତ୍ୱ ଅଛି ବୋଲି ସେ କହିଥିଲେ । ଜନ୍ମଦିନ ଭଳି ସ୍ୱତନ୍ତ୍ର ଦିନ ମାନଙ୍କରେ ପତ୍ରିକା ଉପହାର ଦେବାକୁ ଅନୁରୋଧ କରିଥିଲେ । ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପତ୍ରିକା ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଥମିର ଛତ୍ରିଆ, ବିରଞ୍ଚି ଖର୍ସେଲ, ବିମଲେ ରାଉତ, ଡମ୍ବରୁ ଖର୍ସେଲ, ନଳିନୀ ଖର୍ସେଲ, ଶକ୍ତିପ୍ରଭା ଖର୍ସେଲ, ସରୋଜ ଖର୍ସେଲ, ପ୍ରିୟଙ୍କା ଖର୍ସେଲ, ବିବେକ ଖର୍ସେଲ, ବର୍ଣ୍ଣାଳି ଖର୍ସେଲ, ନିତିନ ଖର୍ସେଲ, ଚୋଳଗଙ୍ଗ ଖର୍ସେଲ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.