jayashree

ପ୍ରଜାପିତା ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଡ କଲେକ୍ଟର ଦୀପକ୍ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ନବଜୀବନ ନିଶାନିବାରଣ ପ୍ରୋଜେକ୍ଟର ସଂଯୋଜକ ବିଶ୍ୱକେଶନ ଛଟାଇ ମଧ୍ୟ ଅଂଶଗ୍ରହଣ କରିଥିଲେ । ବିଶ୍ୱଯୋଗ ଦିବସରେ ସାରା ଦେଶ ତଥା ବିଶ୍ୱରେ ପାଳିତ ହୋଇଥିବା ବେଳେ ସଦର ମହକୁମା ଛତ୍ରପୁରର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାର ସମସ୍ତ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି ଶାରୀରିକ ଯୋଗ ସହିତ ମନ ଯୋଗ ଧ୍ୟାନ ଯୋଗ ମଧ୍ୟ କରିଥିଲେ । ବ୍ରହ୍ମା କୁମାରୀ ପିଙ୍କି ଭଉଣୀ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ସନ୍ଦେଶ ଜ୍ଞାନ ପ୍ରକାଶ କରି ଅନୁଷ୍ଠାନର କର୍ଯ୍ୟାବଳୀ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ରହ୍ମାକୁମାରୀ ସଂସ୍ଥାନ ଛତ୍ରପୁର ଶାଖାର ମୁଖ୍ୟ ରଜାଯୋଗିନୀ ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଏହି ଯୋଗ ଦିବସରେ ସମସ୍ତ ଙ୍କୁ ଶାରୀରିକ ଯୋଗ ପ୍ରାଣାୟମ କେତେ ଜରୁରୀ ସେ ସମ୍ପର୍କ ଅବଗତ କରାଇଥିଲେ ।

Leave A Reply

Your email address will not be published.