
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନେତ୍ରାନନ୍ଦ ମହାକୁର(୬୨)ଙ୍କ ରବିବାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଗୁରୁତର ଅସୁସ୍ଥତା ଯୋଗୁଁ ପ୍ରଥମେ ବଲାଙ୍ଗିର ଓ ପରେ ଭୁବନେଶ୍ୱରରେ ରହି ଚିକିତ୍ସିତ ହେଉଥିବା ବେଳେ ସେଠାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଦୁଇ ପୁଅ ମୋଜେଶ ଓ ମନୀଷ ଉପସ୍ଥିତ ଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ପରଲୋକ ଖବର ପାଇ ପରିବାର ଓ ଜ୍ଞାତିକୁଟୁମ୍ବ ଶବାଧାରରେ ସାମିଲ ହୋଇଥିଲେ । ଶ୍ରୀ ମହାକୁର ଜଣେ ଆଦର୍ଶ ଓ ଛାତ୍ରବତ୍ସଳ ଶିକ୍ଷକ ଭାବେ କାର୍ଯ୍ୟ କରି ଗତ ୨୦୨୪ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଗ୍ରାମର ସମସ୍ତ ପ୍ରକାରର ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ନେତୃତ୍ୱ ନେଇ ଏହାକୁ ସୁଚାରୁ ରୂପେ ସମ୍ପାଦନ କରୁଥିଲେ । ସେ ମଧ୍ୟ ଗାଁର ପ୍ରସିଦ୍ଧ ମାହେଶ୍ୱରୀ ମନ୍ଦିରର ମୁଖ୍ୟ ପୃଷ୍ଠପୋଷାକ ଥିଲେ । ସେ ଜଣେ ଅମାୟିକ ଓ ଧାର୍ମିକ ସ୍ୱଭାବର ବ୍ୟକ୍ତିଭାବେ ଅଞ୍ଚଳରେ ସମ୍ପୂର୍ଣ୍ଣ ପରିଚିତ ଥିବାରୁ ତାଙ୍କ ପରଲୋକରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡପୁଅ ମୋଜେଶ ମହାକୁର ମୁଖାଗ୍ନୀ ଦେଇଥିଲେ ।