
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଜୁନ୍ ମାସ ୨୮ ତାରିଖରେ ସମାପ୍ତ ହେବ ଏହି ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ଚାରି ଗୋଟି ନିର୍ବାଚନ ମଣ୍ଡଳୀର ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ଶତ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଯାଇଛି । ଏହି ତିନି ଗୋଟି ନିର୍ବାଚନ ମଣ୍ଡଳୀ ହେଉଛି ୮-ତଲସରା, ୯-ସୁନ୍ଦରଗଡ଼, ୧୪- ବଣାଇ ଓ ୧୩- ରାଜଗାଙ୍ଗପୁର । ଏହି ଅବସରରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏହି ଚାରି ଗୋଟି ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସମସ୍ତ ବିଏଲ୍ଓ, ବି.ଏଲ.ଓ. ସୁପରଭାଇଜର ତଥା ଏହି କାର୍ଯ୍ୟରେ ଥିବା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଯାଇଛି ଏବଂ ଚୂଡ଼ାନ୍ତ ପ୍ରକାଶନ ପର୍ଯ୍ୟନ୍ତ ଏହି ଭଳି ସକ୍ରିୟ କାର୍ଯ୍ୟ ସମ୍ପାଦନ କରିବାକୁ ଉତ୍ସାହିତ କରାଯାଇଥିଲା ।