jayashree

ରାଉରକେଲା କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ

  • ‘ଯୋଗ-୩୬୫’ ନିମିତ୍ତ ସଂକଳ୍ପ ପାଠ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ସେକ୍ଟର -୪ସ୍ଥିତ ରାଉରକେଲା କଲେଜ ପରିସରରେ ଏକ ଯୋଗ କାର୍ଯ୍ୟକ୍ରମ ‘ଯୋଗ ମହୋତ୍ସବ ସମିତି, ଓଡ଼ିଶା’, ‘ପାତଞ୍ଜଳି ଯୋଗ କେନ୍ଦ୍ର, ସେକ୍ଟର -୨୦’, ‘ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା’ ଏବଂ ‘ରାଉରକେଲା କଲେଜ, ରାଉରକେଲା’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପିକା ଭାରତୀ ବରୁଆଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ ସହ ଏ ବର୍ଷର ଥିମ୍ ‘ଯୋଗ-୩୬୫’ ଉପରେ ଗୁରୁତ୍ୱାରୋପ କରିଥିଲେ । ଯୋଗଗୁରୁ ହେମନ୍ତ କୁମାର ଜେନା, ଶିକ୍ଷିକା ସସ୍ମିତା ବେହେରା, ପୁଷ୍ପିତା ମହାପାତ୍ର ଯୋଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଲେଜର ବହୁ ଛାତ୍ର-ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ତଥା ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଯୋଗ କରିବା ସହିତ ସୁସ୍ଥ ଜୀବନ, ସାମାଜିକ ସୌହାର୍ଦ୍ଦ୍ୟଭାବ, ରାଷ୍ଟ୍ରୀୟ ଏକତା ତଥା ବିଶ୍ୱ ମଙ୍ଗଳ ନିମନ୍ତେ ସଂଙ୍କଳ୍ପ ପାଠ କରିଥିଲେ । ଜାତୀୟ ସେବା ଯୋଜନା, କଲେଜ ସଂଯୁକ୍ତ ଶାଖା ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପକ ରଞ୍ଜିତ ପ୍ରଧାନ, କ୍ଷୀରୋଦ୍ରୀ ମହାକୁର, ତଥା ସ୍ୱେଚ୍ଛାସେବୀ ଅଜୟ ଯାଦବ, ଋତୁପର୍ଣ୍ଣା ପ୍ରଧାନ, ଅନିତା ମଛଖଣ୍ଡ, ସିମି ଓରାମ ପ୍ରମୁଖ କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.