jayashree

ବାସନ୍ତୀ ପାଠାଗାରରେ “ରଜ ଉତ୍ସବ ଓ ମଉଜ” ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା । ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ସ୍ୱାଗତ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ ସଭାପତି ଇଂ. ସୁବାସ ମହାପାତ୍ର କାର୍ଯ୍ୟକ୍ରମର ପ୍ରାକ ସୂଚନା ଦେଇ ରାଜପର୍ବର ମହତ୍ୱ ବିଷୟରେ କହିଥିଲେ । ପରେ ପରେ ସୁବାସିନୀ ସାହୁ, ଗୀତାଞ୍ଜଳି ମହାରଣା, କବିତା ଦାଶ, ପ୍ରିୟା ପାତ୍ର, ପ୍ରିୟାଂଶି ନାୟକ, ସମୀକ୍ଷା ପାତ୍ର, ସମୃଦ୍ଧି ମହାରଣା, ଆରୋହୀ ଡୋଗ୍ରା, ଶ୍ରେୟାଂଶି ନାୟକ ନୃତ୍ୟ ପରିବେଷଣ କରିଥିଲେ । କବିତା ଦାଶ ରଜ ପର୍ବ ଶୀର୍ଷକ ଗଳ୍ପ ପାଠ କରିଥିଲେ । ସଂଯୁକ୍ତା ଦାଶ ଏବଂ ୟସ କୁମାର ରଜ ଉପରେ କବିତା କବିତା ପାଠ କରିଥିଲେ । ରଜ ଗୀତ ଏବଂ ଓଡ଼ିଆ ସଂସ୍କୃତି ଉପରେ ପ୍ରଶ୍ନ ଉତ୍ତର ତଥା କିଛି ହାସ୍ୟ କଥାର କାର୍ଯ୍ୟକ୍ରମ ଭିତରେ ଶ୍ରୋତାମାନେ ଝୁମି ଉଠିଥିଲେ । ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.