
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଖଜୁରୀନାଳ ଠାରେ ଅନୁରାଗ ପାଳଙ୍କ ଆବାହନ କ୍ରମେ ଜିଲ୍ଳା ସ୍ତରୀୟ ହାଇୱା ଆସୋସିଏସନ୍ ଗଠିତ ହୋଇଛି । ଏଥିରେ ସମଗ୍ର ଜିଲ୍ଲାରେ ଥିବା ସମସ୍ତ ହାଇୱା ଓ ଟିପର ମଲିକମାନେ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ସଭାପତି ଭାବେ ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ଦିଲ୍ଲୀପ ସାହୁ, ସଧାରଣ ସମ୍ପାଦକ ଭାବେ ଅନୁରାଗ ପାଳ, ଯୁଗ୍ମ ସଂପାଦକ ଭାବେ ଶାନ୍ତନୁ କୁମାର ଦାସ, କୋଷାଧକ୍ଷ ଭାବେ ମୋହନ ପ୍ରସାଦ ସୁବୁଦ୍ଧି ପ୍ରମୁଖ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି । ଏହି ବୈଠକ ରେ ଅନେକ ସମୟରେ ମାଇନ୍ସ ବିଭାଗ କାର୍ଯ୍ୟାନୁଷ୍ଠାନ ଆଳରେ ମାତ୍ରାଧିକ ଫାଇନ କାଟୁଛି ଫଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ସରକାରୀ ଠିକା କାର୍ଯ୍ୟ ଠପ୍ ହେଉଛି ଫଳରେ ସଧାରଣ ଜନତା ଠାରୁ ଆରମ୍ଭ କରି ଠିକାଦାର କ୍ଷତିଗ୍ରସ୍ତ ହେଉଛନ୍ତି, ଏହାର ସମାଧାନ ସ୍ୱରୂପ ସରକାରଙ୍କୁ ସୁହାଇଲା ଭଳି ଏବଂ ହାଇୱା ମାଲିକଙ୍କୁ ସୁହାଇଲା ଭଳି ଆସୋସିଏସନ୍ ମାଧ୍ୟମରେ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସଭାପତି ତଥା ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ଓ ସଂପାଦକ ଦିଲ୍ଲୀପ ସାହୁ ପ୍ରକାଶ କରିଛନ୍ତି ।