jayashree

ବି.ଏଡ୍ ସାର୍ଟିଫିକେଟ୍ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ : କଣ୍ଟାବାଞ୍ଜି ଥାନାରେ ଅଭିଯୋଗ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଆନ୍ଧ୍ରପ୍ରଦେଶରୁ ବି.ଏଡ୍ ସାର୍ଟିଫିକେଟ୍ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ କଣ୍ଟାବାଞ୍ଜି ଥାନାରେ ଦାଖଲ ହୋଇଛି । ନୂଆପଡ଼ା ଜିଲ୍ଲାର ଖରିଆର ଓ କୋମନା ଅଞ୍ଚଳର ପ୍ରାୟ ୨୫ ଜଣ ଛାତ୍ରଛାତ୍ରୀ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, କଣ୍ଟାବାଞ୍ଜି ସ୍ଥିତ ରିମ୍ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ସହ ଜଡିତ ପତିତ ପାବନ ହେର୍ଣ୍ଣା ନାମକ ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶରୁ ବି.ଏଡ୍ ସାର୍ଟିଫିକେଟ୍ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଆଦାୟ କରିଥିଲେ । କିନ୍ତୁ ଦୀର୍ଘ ସମୟ ବିତିଯିବା ପରେ ମଧ୍ୟ ସାର୍ଟିଫିକେଟ୍ ନ ମିଳିବା ସହ ଟଙ୍କା ମଧ୍ୟ ଫେରସ୍ତ ନ ହେବାରୁ ପୀଡ଼ିତ ଛାତ୍ରଛାତ୍ରୀମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଠକେଇରେ ଲକ୍ଷାଧିକ ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ, ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଠକେଇ ହୋଇଥିବା ଟଙ୍କା ଫେରସ୍ତ କରାଯିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

Leave A Reply

Your email address will not be published.