pr

ଟିଟିଲାଗଡରେ କାଳବୈଶାଖୀ ଦିନ ଠାରୁ ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ରହିଛି ଗଛର ଡାଳ

dr. purohit
  • ଝୁଲି ରହିଥିବା ଡାଳ ଉପରେ ପ୍ରଶାସନର ଦୃଷ୍ଟି ପଡୁ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଗତ ଦଶ ବାର ଦିନ ପୂର୍ବେ ଟିଟିଲାଗଡ ଅଞ୍ଚଳରେ ଅଦିନିଆ କାଳବୈଶାଖୀ ଝଡ ଆସିଥିଲା । ତେବେ ସେହି କାଳବୈଶାଖୀ ଝଡରେ ଟିଟିଲାଗଡ ବାନ୍ଧୁପଲା ରାସ୍ତା ଦେଇ ଯାଇଥିବା ରାୟପୁର ଗୋପାଳପୁର ରାସ୍ତା କଡ଼ରେ ଯାହାକି ବାନ୍ଧୁପଲା ଛକ ଠାରୁ ଦେଶିଲ ଛକ ମଧ୍ୟରେ ଥିବା ବୁଲାଣିରେ ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ଗଛର ଡାଳ ଭାଙ୍ଗି ଝୁଲି କିଛି ତାର ଉପରେ ପଡ଼ି ଝୁଲି ରହିଛି । ସେହି ରାସ୍ତା ଦେଇ ଦୈନଦିନ ହଜାର ହଜାର ଗାଡ଼ି ଯିବାଆସିବା କରୁଥିବା ବେଳେ କାହା ଗାଡ଼ିରେ ହେଉ କି କାହା ଶରୀରରେ ଯାଉଥିବା ବେଳେ ବାଜି ଗଲେ ଜୀବନ ଯିବା ଭଳି ପରିସ୍ଥିତି ନ ସୃଷ୍ଟି ହେବ ବୋଲି କିଏ କହିପାରିବ ? ଏ ଦିଗରେ ବିଭାଗୀୟ ଅଧିକାରୀ ଓ ପ୍ରଶାସନ ଦୃଷ୍ଟି ଦେବା ସହ ଅତି ଶୀଘ୍ର ଭଙ୍ଗା ଡାଳକୁ ହଟାଇବାକୁ ସାଧାରଣରେ ଦାବି ହେଉଛି ।

nrusinghnath
Leave A Reply

Your email address will not be published.