jayashree

ଦୁବାଇରେ ସ୍ତ୍ରୀକୁ ବନ୍ଧା କଲା ସ୍ୱାମୀ ଘଟଣା :୧୦ ବର୍ଷ ପରେ ନିଜ ଗାଁକୁ ଫେରିବେ ମହିଳା ହସ୍ତା

ଟିଟିଲାଗଡ, (କେପିଏନ୍‌ଏସ୍‌) : ୧୦ ବର୍ଷ ପରେ ଗାଁକୁ ଫେରିବେ ଦୁବାଇରେ ବନ୍ଧା ମହିଳା । ସୂଚନା ମୁତାବକ ଟିଟିଲାଗଡ ଥାନା ଜଗୁଆ ଗାଁର ହସ୍ତା ମହାନନ୍ଦ ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦକୁ ପ୍ରେମ ବିବାହ କରିଥିଲେ । ଘରୁ ପଳାଇ ମୁମ୍ବାଇରେ ରହି ସେଠାରେ ଦୁହେଁ ଶ୍ରମିକ ଭାବେ କାମ କରୁଥିଲେ । କିଛି ବର୍ଷ ପରେ ତାଙ୍କ ତିନି ଝିଅ ଜନ୍ମ ହେବା ପରେ ଜଗୁଆ ଗାଁକୁ ଆସି ବୃଦ୍ଧ ମାତାପିତାଙ୍କ ପାଖରେ ତିନି ଝିଅଙ୍କୁ ଛାଡି ଦୁହେଁ ଫେରିଥିଲେ ମୁମ୍ବାଇ । ହେଲେ ସେଠାରେ ଜଣେ ପରିବାର ହାତକୁ ପତ୍ନୀଙ୍କୁ ଟେକିଦେଇଥିଲା ସ୍ୱାମୀ ପ୍ରିମା । ପରେ ମୁମ୍ବାଇରୁ ଦୁବାଇକୁ ହସ୍ତାଙ୍କୁ ନେଇଯାଇଥିଲେ ସେହି ପରିବାର । ତେବେ ହସ୍ତା ଗାଁକୁ ନଫେରିବାରୁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବୃଦ୍ଧ ମାତା ପିତା ଓ ତିନି ଝିଅ । ତେବେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ୧୦ ବର୍ଷ ପରେ ନିଜ ଗାଁକୁ ଜଗୁଆ ଫେରିବେ ହସ୍ତା । ତେବେ ଦୁବାଇ ପୋଲିସ ହସ୍ତାଙ୍କୁ ଆଣି ମୁମ୍ବାଇ ପ୍ରଶାସନକୁ ଦେଇଥିବା ବେଳେ ଆଉ ୩ ଦିନ ପରେ ନିଜ ଗାଁ ଟିଟିଲାଗଡ ନିକଟସ୍ଥ ଜଗୁଆ ଗାଁକୁ ଫେରିବେ ହସ୍ତା ।

Leave A Reply

Your email address will not be published.