jayashree

କୁରୁଲ ସମଲେଶ୍ଵରୀ ଶିଶୁ ମନ୍ଦିରର ତିନିଦିନିଆ ଶୈକ୍ଷିକ ତାଲିମ ଶିବିର ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮, ୯ ଓ ୧୦ ତାରିଖ ତିନିଦିନ ବ୍ୟାପି କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିରର ୧୪ ଜଣ ଗୁରୁଜୀ ଗୁରୁମାଙ୍କ ସରକାରଙ୍କ ନୂତନ ଶିକ୍ଷାନୀତି ଆଧାରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିବସରେ ବିଦ୍ୟାଳୟର ସଭାପତି ଦିଗାମ୍ବର ନାଏକ, ଶିକ୍ଷାପ୍ରମୁଖ ଅବସର ପ୍ରାପ୍ତ ଏ. ବି. ଇ. ଓ ଅଜିତ କୁମାର ମିଶ୍ର ଓ ସମ୍ପାଦକ ଡମନ ବଗର୍ତ୍ତି ଶିବିରକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଶିଶୁ ବିଦ୍ୟା ମନ୍ଦିରର ବଶିଷ୍ଠ ଗୁରୁମା କୁମୁଦିନୀ ପୃଷ୍ଟି ଆନନ୍ଦଦାୟୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ କୋମଳମତି ଛାତ୍ରଛାତ୍ରୀ ଶିକ୍ଷା ପ୍ରତି ଆକୃଷ୍ଟ ହେବେ ତା’ ଉପରେ ଆଲୋଚନାତ୍ମକ ଶିକ୍ଷା ପ୍ରଦାନ କରିଥିଲେ । ବିଭିନ୍ନ ଶୈକ୍ଷିକ ଉପକରଣ ବ୍ୟବହାର କରି ଶିକ୍ଷାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଦ୍ୱିତୀୟ ଦିବସରେ ପୂର୍ବତନ ଶିକ୍ଷା ପ୍ରମୁଖ ତଥା କବି ନବକିଶୋର ବେହେରା ପଦ୍ୟ ସାହିତ୍ୟ ବିଷୟରେ ସୁନ୍ଦରଭାବେ ଶିକ୍ଷା ପ୍ରଦାନ କରିଥିଲେ । ତୃତୀୟ ଦିବସରେ ଅଜିତ କୁମାର ମିଶ୍ର ଭାଷାଜ୍ଞାନ ଶିକ୍ଷାର ସରଳୀକରଣ ପଦ୍ଧତି ଓ ବଲାଙ୍ଗିର କଦମ ପଡା ଶିଶୁ ମନ୍ଦିରର ଗୁରୁମା ଭାରତୀ ଠାକୁର ଶିଶୁ ବାଟିକାଙ୍କ ନିମନ୍ତେ ଅଭିନୟ ମାଧ୍ୟମରେ ଶିକ୍ଷାଦାନ କରି ଶିକ୍ଷା ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ନେଇ ଆଉ ଏକ ବିଷୟାଭିତ୍ତିକ ତାଲିମ ଶିବିର ଆୟୋଜନ କରାଯିବାନେଇ ସ୍ଥିରୀକୃତ ହୋଇଛି । ବର୍ତ୍ତମାନ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ୨୬୨ ଓ ଗୁରୁଜୀ ଗୁରୁମାଙ୍କ ସଂଖ୍ୟା ୧୪ । ପ୍ରତିବର୍ଷ ଶିଶୁ ମନ୍ଦିରର ତୃତୀୟ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବୃତ୍ତି ତଥା ଓ. ଏ.ଭି.ରେ ସ୍ଥାନ ପାଇ ଆସୁଛନ୍ତି । ଶୈକ୍ଷିକ ବାତାବରଣକୁ ଧ୍ୟାନ ଦେଇ ଅଭିଭାବକ ଅଭିଭାବିକା ଶିଶୁ ମନ୍ଦିରରେ ନାମ ଲେଖାଇ ପାଠ ପଢାଉ ଥିବାରୁ ଏଠାକାର ବୁଦ୍ଧିଜୀବୀ ଖୁସିବ୍ୟକ୍ତ କରୁଛନ୍ତି । ଶେଷରେ ପ୍ରଧାନ ଗୁରୁଜୀ ଭକ୍ତରାମ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ତାଲିମ ଶିବିରକୁ ଉଦ୍‌ଯାପିତ କରାଯାଇଥିଲା ।

Leave A Reply

Your email address will not be published.