
ବରଗଡ, (ମୁନ୍ନା ସାହୁ) : ଆସନ୍ତା ଜୁନ ୧୪ ତାରିଖରେ ବରଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ତଥା ବିଶ୍ୱ ରକ୍ତଦାତା ଦିବସ । ୧୬ ବର୍ଷରେ ପାଦ ଦେଲା ନିଷ୍ଠା ପରିବାର । ଏନେଇ ବରଗଡ଼ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ଠାରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ସଚେତନତା ବାର୍ତ୍ତା ପାଇଁ ଏକ ବିରାଟ ମୋଟର ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିକୁ ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ହରେକୃଷ୍ଣ ଦୁଆନ ଓ ଏ.ଏସ.ଆଇ ଉସ ରଞ୍ଜନ ପାଣିଗ୍ରାହୀ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ନିଷ୍ଠା ପରିବାରର ସମସ୍ତ ସଦସ୍ୟ ସଦସ୍ୟାମାନେ ଏହି ରାଲିରେ ଯୋଗ ଦେଇ ପୁରା ବରଗଡ଼ ସହର ଭ୍ରମଣ କରି ରକ୍ତଦାନର ବାର୍ତ୍ତା ଦେଇଥିଲେ । ଯୁବପିଢ଼ି ଆଗକୁ ଆସିଲେ ହିଁ ରକ୍ତର ଅଭାବ ଦୂର ହେବ ବୋଲି ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ନିଷ୍ଠା ପରିବାରର ଉପ ସଭାପତି ସଚି ପଣ୍ଡା, କ୍ଷିରୋଦ୍ର ସାହୁ, ମଦନ ମୋହନ ଦାଶ, ବିଦ୍ୟାଧର ଭୋଇ, ସଂମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଜିତୁ ମହାପାତ୍ର, ଜୟନ୍ତ ପଧାନ, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା ଓ ଅନ୍ୟ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ ।