
ବରଗଡ, (ନିରୋଜ କୁମାର ପାଣୀ) : ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି ଶ୍ରମିକ ମାନେ । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ବରଗଡ଼ ଆଦାନୀ ଗ୍ରୁପ୍ର ସିମେଣ୍ଟ କାରଖାନାରେ ଉତ୍ପାଦନ ବନ୍ଦ ରହିଛି । ଫଳରେ ସେଠାରେ ଅସ୍ଥାୟୀ ଭାବେ କାର୍ଯ୍ୟରତ ୭ ଶହରୁ ଅଧିକ ଶ୍ରମିକ ପରିବାର ଏବେ ସମସ୍ୟା ମଧ୍ୟରେ ରହିଛନ୍ତି । କାରଖାନା କର୍ତ୍ତୃପକ୍ଷ ଏ ସମ୍ପର୍କରେ କୌଣସି ସୂଚନା ଦେଇନଥିବା ବେଳେ ଶ୍ରମିକ ପରିବାର ଏବେ ଭୋକ ଉପାସରେ ରହୁଛନ୍ତି । ଏ ସମ୍ପର୍କରେ ଶ୍ରମିକମାନଙ୍କ ପକ୍ଷରୁ ବରଗଡ଼ ସାଂସଦଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ କରାଯାଉ ବୋଲି ଦାବି କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି ।