
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳେ ଟିଟିଲାଗଡ ନିକଟସ୍ଥ ଘୋଡ଼ାର ଗ୍ରାମରେ ଅବସ୍ଥିତ ଥିବା ଉନ୍ଦେର ନଦୀକୂଳରେ ଏକ ୧୦/୧୨ କେଜି ଓଜନର ଏକ କଇଁଛ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ତାହାର ଜୀବନ ବିପଦରେ ନ ପଡୁ ବୋଲି ସେହି ଗ୍ରାମର ଯୁବକ କ୍ଷମା ବାଗ ସେହି କଇଁଛକୁ ଆଣି ଟିଟିଲାଗଡ ବନ ବିଭାଗ କାର୍ଯ୍ୟାଳୟରେ ହସ୍ତାନ୍ତର କରିଛନ୍ତି । ତାକୁ ନେଇ ଡୁମେରବାହାଲ ପ୍ରୋଜେକ୍ଟରେ ଛଡ଼ା ଯିବ ବୋଲି ବନ ବିଭାଗ ଅଧିକାରୀ ଶୈଳେଶ କୁମାର ବିଶି ସୂଚନା ଦେଇଛନ୍ତି । ତେବେ କ୍ଷମାଙ୍କ ଭଳି ଯୁବକଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ ।