jsm

୧୩ତମ ଆର୍ଟ ଅଫ୍‌ ଗିଭିଙ୍ଗ କାର୍ଯ୍ୟକ୍ରମ ଅବସରରେ କପିଲାଭଟା ଗାଁର ଖେଳାଳୀଙ୍କୁ ଭଲିବଲ, ନେଟସ ଓ ଜର୍ସି ବଣ୍ଟନ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ୧୩ତମ ଆର୍ଟ ଅଫ୍‌ ଗିଭିଙ୍ଗ କାର୍ଯ୍ୟକ୍ରମରେ ଭଲିବଲ ଖେଳାଳୀଙ୍କୁ ଖେଳ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ୨୦୧୩ ମସିହାରୁ ଆର୍ଟ ଓ ଅଫ୍‌ ଗିଭିଙ୍ଗ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ୧୩ତମ ସଂସ୍କରଣ ବହୁତ ଧୂମ ଧାମରେ ପାଳନ କରାଯାଇଛି । ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ସାହାଜି ଯୁବକ ସଂଘ କପିଲାଭଟାର ଭଲିବଲ ଖେଳାଳୀମାନଙ୍କୁ ଭଲିବଲ, ନେଟସ, ଜର୍ସି ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏଥିରେ କଣ୍ଟାବାଞ୍ଜି କଳିଙ୍ଗ ଟିଭିର ପ୍ରତିନିଧି ତଥା ଯୁବ ସାମ୍ବାଦିକ ଦୀପକ ଯାଦବଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବେଲପଡ଼ା ବ୍ଲକ ଏଡିଇଓ ସଂଘର ସଭାପତି ପୃଥ୍ୱୀରାଜ ବାଗ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ହୁଲେଶ୍ୱର ହଂସ ପରିଚାଳନା କରିଥିଲେ । ଏଥିରେ ଗାଁର ଖେଳାଳୀ ଦେବାଶିଷ ବିଶି, ଜିତେନ୍ଦ୍ର ହଂସ, ରଶ୍ମି ରଞ୍ଜନ ହଂସ, ସୁବାଶିଷ ବିଶି, ସୁନୀଲ କୁମାର ବିଶି, ଅଭିଷେକ ହଂସ, ନିତ୍ୟାନନ୍ଦ ହଂସ, ଗିରିଶ ଅଦା, ରଜତ ବିଶି, ଯୁଗଳ ହଂସ, ଲୋକନାଥ ହଂସ, ବିକାଶ ହଂସ, ନିଲେଶ ହଂସ, ପ୍ରିୟରଞ୍ଜନ ହଂସ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳର ଯୁବ ଖେଳାଳୀମାନଙ୍କୁ ଡ. ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ଖେଳାଳୀ ଭୁରି ଭୁରି ପ୍ରଶଂସା କରିଛନ୍ତି ।

yuvodaya
Leave A Reply

Your email address will not be published.