jayashree

ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ସାଂସଦଙ୍କ ପ୍ରତିନିଧି ଭାବେ ଲିପ୍‌ସିତ୍‌ ମିଶ୍ର ଓ ପ୍ରୀତମ ମେହେର ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି ଭାବେ ଲିପ୍‌ସିତ୍‌ ମିଶ୍ର ଓ ପ୍ରୀତମ ମେହେରଙ୍କୁ ମନୋନୀତ କରିଛନ୍ତି । ଏହା ଜାଣିବାପରେ ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ସାଂସଦ ଶ୍ରୀ ପୁରୋହିତଙ୍କ ଅନୁମୋଦିତ କରିଥିବା ମନୋନୀତ ପତ୍ରକୁ ଆଜି ଉଭୟେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି । ସାଂସଦ ଶ୍ରୀ ପୁରୋହିତ ଉଭୟଙ୍କୁ ତାଙ୍କ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ପ୍ରଥମେ ସାଂସଦଙ୍କୁ ଉଭୟେ ପ୍ରତିନିଧି କୃତଜ୍ଞତା ଜଣାଇବା ସହ ଦଳୀୟ କର୍ମକର୍ତ୍ତା ଓ କର୍ମୀ ସଦସ୍ୟମାନଙ୍କ ସମ୍ପୂର୍ଣ୍ଣ ସହଯୋଗର କାମନା କରିଛନ୍ତି । ଲିପ୍‌ସିତ୍‌ ମିଶ୍ର ଓ ପ୍ରୀତମ ମେହେର ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବାରୁ ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.