jayashree

ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ବ୍ଲକ୍‌ସ୍ତରୀୟ କେମ୍ପ କୋର୍ଟ – ୨୦୨୬ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ୍‌ର ସମ୍ମିଳନୀ କକ୍ଷ ଠାରେ ବ୍ଲକ୍‌ସ୍ତରୀୟ କେମ୍ପ କୋର୍ଟ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ୨୦୨୫ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିର ଦ୍ୱାରା ଓରଫାନ୍ ସର୍ଭେ ଅନୁସାରେ ପିତୃ-ମାତୃ ହୀନ ଶିଶୁମାନଙ୍କୁ ଶିଶୁମଙ୍ଗଳ ସମିତିରେ ହାଜର କରି ଉପସ୍ଥାପନା କରାଗଲା । ଏହି ଅବସରରେ ଆଗଲପୁର ବ୍ଲକ୍‌ର ସିଡିପିଓ ଶୁଭଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚିହ୍ନଟ ହୋଇଥିବା ଶିଶୁମାନଙ୍କର ଅଭିଭାବକ, ଅଭିଭାବିକାମାନଙ୍କୁ ଏହି ପିତୃମାତୃ ହୀନ ଶିଶୁଙ୍କ କର୍ମଶାଳାକୁ ଉପସ୍ଥାପନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର କର୍ମୀ ସାମନ୍ତ ଭିତିରିଆ, ରାକେଶ କୁମାର ପୁଟେଲ୍ ଉପସ୍ଥିତ ରହି କିଶୋର ନ୍ୟାୟ ଆଇନ୍ ଅଧିନସ୍ଥ ଫର୍ମ ୧୭, ଫର୍ମ ୨୧ ପୂରଣ କରାଯାଇଥିଲା ଓ ଅନ୍‌ଲାଇନ୍‌ ଜରିଆରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଇସିଡିଏସର ସୁପର୍‌ଭାଇଜର୍, ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୮ ଜଣ ଅନାଥ ଶିଶୁ ଉପସ୍ଥିତ ରହି ନିଜର ସମସ୍ତ ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ ସମିତି ଆବଶ୍ୟକୀୟ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଗୁଡିକ ସଂଯୋଗ କରାଯିବ ।

Leave A Reply

Your email address will not be published.