jayashree

ରୋଟାରୀ ଗଭର୍ଣ୍ଣର ମନୋଜ ତ୍ରିପାଠୀଙ୍କ ଦିନିକିଆ ରୋଟାରୀ ଇଷ୍ଟ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ (ଗଭର୍ଣ୍ଣର ) ରୋଟାରୀୟାନ୍ ମନୋଜ କୁମାର ତ୍ରିପାଠୀ ଦିନିକିଆ ପରିଦର୍ଶନରେ ଆସି ରୋଟାରୀ ଈଷ୍ଟର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହ ରୋଟାରୀଆନ ମାନେ ଅଧିକ ସକ୍ରିୟ ହୋଇ ଜନସେବାରେ ସମର୍ପିତ ହେବା ପାଇଁ ବିଭିନ୍ନ ପରାମର୍ଶ ଦେଇଛନ୍ତି । ବ୍ରହ୍ମପୁର ଧର୍ମନଗର ସ୍ଥିତ ରୋଟାରି କମ୍ୟୁନିଟି ହଲରେ ଆୟୋଜିତ ଏକ ସଭା କ୍ଲବର ସଭାପତି ଡ଼ଃ. ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାନ୍ତପାଳ ରୋଟାରୀଆନ ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମାଜ ସେବାରେ ରୋଟାରୀଆନ ମାନଙ୍କ ସହାଭାଗିତା, ବଦାନ୍ୟତା ଉପରେ ଆଲୋଚନା କରି ରୋଟାରି ପାଣ୍ଠି ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସହ ପ୍ରାନ୍ତପାଳ ରୋଟାରୀଆନ ଝରଣା ପଣ୍ଡା ଯୋଗଦେଇ ତାଙ୍କ ଜୀବନରେ ରୋଟାରି ପ୍ରଭାବ ସମ୍ପର୍କରେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ ଆଞ୍ଚଳିକ ଚେୟାରମ୍ୟାନ ଡ଼ଃ. ରଂଜିତ କୁମାର ପାଢ଼ୀ ଯୋଗଦେଇ ଜୋନ-୮ ଅନ୍ତର୍ଗତ ସମସ୍ତ କ୍ଲବ ମଧ୍ୟରେ ପରସ୍ପର ସହଭାଗିତା ରକ୍ଷା କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ କୃତ୍ରିମ ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ନେତୃତ୍ୱ ନେଇ ପରିଚାଳନା କରିଥିବା ଯୋଗୁଁ ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟିଙ୍କୁ ମାନପାତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଗତ ମାଟ୍ରିକ ପରୀକ୍ଷାରେ ଏ-୧ରେ ଉତୀର୍ଣ୍ଣ ହୋଇଥିବା ଜଣେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରୀ ଶ୍ରୀୟା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେଣ୍ଟ ଜାଭିୟର୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ କୁନାଲ କୌଶିକ ପଣ୍ଡା ଉକ୍ତ ଛାତ୍ରୀର +୨ ପଢିବା ପାଇଁ ସମସ୍ତ ଆର୍ଥିକ ସାହାଯ୍ୟ କରିବା ପାଇଁ ସଭାରେ ଘୋଷଣା କରିଥିଲେ । ରାମପଲ୍ଲୀ ଗ୍ରାମର ଜଣେ ଭିନ୍ନକ୍ଷମ ବାଳକ ଅଖିଳେଶ ପଟ୍ଟନାୟକକୁ ଏକ ହ୍ୱିଲଚେୟାର, ପାୟଲ କୁମାରୀ ସାହୁଙ୍କୁ ଏକ ସିଲେଇ ମେସିନ ଏବଂ ରାମମୂର୍ତ୍ତି ପାତ୍ରଙ୍କୁ ଶ୍ରବଣ ଯନ୍ତ କ୍ଲବ ତରଫରୁ ପ୍ରଦାନ କରାଯାଇଥିଲା । ପୂର୍ବତନ ସଭାପତି ଡ଼ଃ. ସମ୍ବିତ ବେଗରାୟ ସଭା ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ବୃନ୍ଦ ଗଦାଧର ରାଉଳ, ଅସିତ ଦତ୍ତ, କାମରାଜୂ ମହାରଣା, ସୁମିତ ପଟ୍ଟନାୟକ, ରାଜେଶ୍ୱର ରାଓ, ଧନ୍ଵନ୍ତରି ରାଓ, ଅରୁଣ ଚାନ୍ଦ ଦାଶ, ସୁଧାଂଶୁ ଖଡ଼ଗ ରାୟ, ପ୍ରଦୀପ କୁମାର ପଣ୍ଡା, ହୃଷିକେଶ ପ୍ରଧାନ, ସରିତା ବେଗରାୟ, କପିଳେନ୍ଦ୍ର ପାତ୍ର, ଲିଙ୍ଗରାଜ ନାୟକ, ପ୍ରଦୀପ କୁମାର ନାୟକ, ଦୀପକ କୁମାର ପଣ୍ଡା ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମ୍ପାଦକ ଅଶ୍ୱିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ବ୍ରହ୍ମପୁର ସହରର ସମସ୍ତ ରୋଟାରି କ୍ଲବର ସଭ୍ୟ ବୃନ୍ଦ ଯୋଗଦେଇଥିଲେ ।

Leave A Reply

Your email address will not be published.