
କେସିଙ୍ଗା, (ପ୍ରୀତେଶ ପଟେଲ) : “ପ୍ରଶାସନ ଯଥାଶୀଘ୍ର ପାଣିପମ୍ପ (ତେଲନଦୀ କୂଳ) ରାସ୍ତା ଉପରେ ବାଲି ବୋଝେଇ ହାଇୱା ଗାଡି ଉପରେ କଟକଣା ଜାରି ନ କରେ ଏବଂ ରାସ୍ତାର ମରାମତି ନ କରେ ତେବେ ରାସ୍ତା ରୋକ ଆନ୍ଦୋଳନ ହେବ ।” ଆଜି ୱାର୍ଡ ନଂ ୦୬, ଗୌନ୍ତିଆପଡାର ଯୁବକ, ଜମି ମାଲିକ ଏବଂ ଅନ୍ୟମାନଙ୍କ ନେତୃତ୍ୱ ଓ ସହଯୋଗରେ କେସିଙ୍ଗା ପି.ଏଚ୍.ଡି ପାଣିପମ୍ପ (ନଦୀ କୂଳ) ରାସ୍ତାକୁ, ବାଲି ବୋଝେଇ ହାଇୱା ଗାଡିକୁ ସୁରକ୍ଷିତ ରଖି, ଉକ୍ତ ରାସ୍ତାକୁ କେବଳ “କେସିଙ୍ଗା ଅଞ୍ଚଳବାସୀଙ୍କ ଶାରୀରିକ ବ୍ୟାୟାମ ଓ ତେଲନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ” କରିବା ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ କେସିଙ୍ଗା ତହସିଲଦାର ଓ କେସିଙ୍ଗା ଇ.ଓ. ଙ୍କୁ ଏକ ଦାବିପତ୍ର ଦିଆଗଲା । ତହସିଲଦାରଙ୍କ କହିବା ଅନୁଯାୟୀ ଉକ୍ତ ଜାଗାରେ ବାଲି ଉଠାଣକୁ ନେଇ ଆଗରୁ କିଛି ଠିକାଦାରମାନଙ୍କ ଅଭିଯୋଗ ଆସିଛି ଓ ତାହା ଜିଲ୍ଲା ମାଇନିଙ୍ଗ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି । ଏହି ଅଭିଯୋଗଟିକୁ ତୁରନ୍ତ ଜିଲ୍ଲା ମାଇନିଙ୍ଗ କାର୍ଯ୍ୟାଳୟକୁ ପଠାଯାଇଛି । ପୁଣି କହିଲେ, ଏପରି ଅଭିଯୋଗ ଆପଣମାନେ ସିଧାସଳଖ ଜିଲ୍ଲା ମାଇନିଙ୍ଗ କାର୍ଯ୍ୟାଳୟରେ କରିପାରିବେ । କହିଥିବାରୁ, ତାଙ୍କ ନିର୍ଦ୍ଦେଶରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦିଆଗଲା ବୋଲି ସୂଚନା ଦେଲେ ୱାର୍ଡ ନମ୍ବର ଛଅ ବାସିନ୍ଦା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରଶାନ୍ତ ବାନାର୍ଜୀ, ସନ୍ତୋଷ ଦାସ, ଯୁଗଳ କିଶୋର ଦୀପ, ବଣ୍ଟି ସାହୁ ଓ ୱାର୍ଡ ବାସିନ୍ଦା ।