jayashree

କଣ୍ଟାବାଞ୍ଜିରେ “ଜଙ୍ଗଲ ଜଳୁଛେ” କୋଶଲୀ ସିନେମା ରିଲିଜ୍ ନେଇ ସାମ୍ବାଦିକ ସମ୍ମିଳନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କୋଶଲୀ ଭାଷାର ନୂଆ ସିନେମା “ଜଙ୍ଗଲ ଜଳୁଛେ” ର ରିଲିଜ୍ ସମ୍ପର୍କରେ କଣ୍ଟାବାଞ୍ଜିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏସିଟିସି ପକ୍ଷରୁ ନିର୍ମିତ ଏହି ସିନେମାର ନିର୍ମାଣ, କାହାଣୀ ଓ ରିଲିଜ୍ ତାରିଖ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି । ଏହି ସିନେମାଟି ମାଟିର ମାନ, ମାଆ ମାଟିର ଭାବନା, ଭାଷା ଓ ସଂସ୍କୃତିର ଗଭୀର ସମ୍ପର୍କକୁ ଆଧାର କରି ତିଆରି ହୋଇଛି । ଗାଁ ଜୀବନର ସଦ୍ୟ ଚିତ୍ର, ଲୋକ ସଂସ୍କୃତିର ରଙ୍ଗ, ଗୀତ-ସଙ୍ଗୀତର ମିଶ୍ରଣ ସହ ପ୍ରେମ, ବିରହ, ବିଛେଦ ଓ ସମାଜ ସଂସ୍କାର ଭଳି ବିଷୟ ଗୁଡ଼ିକୁ ଏଥିରେ ଦେଖାଯାଇଛି । ସେଥି ସହିତ ଆଧ୍ୟାତ୍ମିକ ଭାବନା ମଧ୍ୟ ଏହି କାହାଣୀର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସିନେମାର ପ୍ରଯୋଜିକା ମୀନା ମହାରଣା, କାହାଣୀ ପରିକଳ୍ପନା, ଗବେଷଣା ଓ ଲେଖକ ଗୋରେଖନାଥ ସାହୁ, ନିର୍ଦ୍ଦେଶକ ସରୋଜ କୁମାର ଭୁଆଁ ଏବଂ କୋଶଳୀ କବି ଡକ୍ଟର ସଞ୍ଜୟ ମିଶ୍ର ଉପସ୍ଥିତ ଥିଲେ । ସମସ୍ତେ ମିଶି ସିନେମାର ଉଦ୍ଦେଶ୍ୟ ଓ ସୃଜନ ପ୍ରକ୍ରିୟା ବିଷୟରେ ଜଣାଇଥିଲେ । ସିନେମାଟି କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଲୋକଙ୍କ ମନରେ ମାଟି, ଭାଷା ଓ ସଂସ୍କୃତି ପ୍ରତି ଭଲପାଇବା ବଢ଼ାଇବାର ଏକ ପ୍ରୟାସ । ଏହା ମାଧ୍ୟମରେ ଗାଁ ଜୀବନର ସତ୍ୟତା ଓ ମୂଲ୍ୟବୋଧକୁ ଦେଖାଯାଇଛି । ସିନେମାର ଗଳ୍ପଟି ସାଧାରଣ ଲୋକଙ୍କ ଜୀବନ ସଂଘର୍ଷ ଓ ଭାବନାରୁ ପ୍ରେରିତ । ଏହାର ଉଦ୍ଦେଶ୍ୟ ହେଉଛି କୋଶଲୀ ଭାଷା ଓ ସଂସ୍କୃତିକୁ ଆଗକୁ ନେବା । ପ୍ରତ୍ୟେକ ଦୃଶ୍ୟରେ ଗାଁ ଜୀବନର ସତ୍ୟତା ଓ ଭାବନାକୁ ରଖିବାର ଚେଷ୍ଟା ହୋଇଛି । ଏହି ସିନେମା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । କୋଶଲୀ ଭାଷାରେ ସିନେମା ତିଆରି ହେବା ଆମ ସଂସ୍କୃତି ପାଇଁ ଗର୍ବର ବିଷୟ । ଏପରି ସିନେମା ଭବିଷ୍ୟତରେ ନୂଆ ପିଢ଼ିକୁ ନିଜ ଭାଷା ପ୍ରତି ଆକର୍ଷିତ କରିବ।, “ଜଙ୍ଗଲ ଜଳୁଛେ” ସିନେମା ଆସନ୍ତା ୨୯ ତାରିଖରେ ବରଗଡ଼ ଓ ଜୁନ୍ ୨ ତାରିଖ ଦିନ କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ୍‌ରେ ମୁକ୍ତିଲାଭ କରିବା ପରେ ଏହା ଓଡ଼ିଶାର ଅନ୍ୟାନ୍ୟ ସିନେମା ହଲଗୁଡ଼ିକରେ ମଧ୍ୟ ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.