jayashree

ନାରୀ ସଂରକ୍ଷଣ ଓ ନିର୍ଯ୍ୟାତନାକୁ ନେଇ ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଳା ଜୟପାଟଣା ଠାରେ ବିଜେଡିର ଶତାଧିକ ମହିଳା କର୍ମୀ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ନାରୀ ସମ୍ମାନ, ସଶକ୍ତିକରଣ, ସୁରକ୍ଷା ଓ ସଂରକ୍ଷଣ ଉପରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ଭିତ୍ତିକରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୀତା ଭବନ ଠାରୁ ଏକ ବିଶାଳ ନାରୀ ଶୋଭାଯାତ୍ରା ଆରମ୍ଭ କରି ରାଜ୍ୟରେ ଆଇନ ଶୃଙ୍ଖଳା ନାରୀ ନିର୍ଯ୍ୟାତନା ଓ ୩୩ ପ୍ରତିଶତ ସଂରକ୍ଷଣରେ ବିଫଳତାକୁ ମୁଖ୍ୟ ମୁଦ୍ଦା ନିଆଯାଇଥିଲା । ଏ ସଂକ୍ରାନ୍ତରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରଯାଇଥିଲା । ପରେ ସମସ୍ତ ମହିଳାକର୍ମୀ ସ୍ଥାନୀୟ ପିଆର୍ ପ୍ୟାଲେସ ଠାରେ ଏକତ୍ରିତ ହୋଇ ଏକ ବିକ୍ଷୋଭ ସଭାର ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ନେତୃତ୍ଵ ନେଇଥିବା ବେଳେ ଜିଲ୍ଲା ଉପସଭାପତି ଜିତେନ୍ଦ୍ର ନାରାୟଣ ସିଂହଦେଓ, ଜିଲ୍ଲା ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସବିତା ପ୍ରଧାନ ଜିଲ୍ଲା ସମ୍ପାଦକ ୟୁସୁଫ ଖାନ, ଜୟପାଟଣା ବ୍ଲକ ସଭାନେତ୍ରୀ ମୋହିନୀ ନାୟକ, ନାରୀନେତ୍ରୀ ଦୂତିକା ମାଝୀ, ଜୟନ୍ତୀ ମାଝୀ, ଯଶୋବନ୍ତି ମାଝୀ, କସ୍ତୁରୀ ପାଣିଗ୍ରାହୀ, ଦିଲୀପ ରାଉତ, ନିବାସ ଅଲ୍ଲୀ, ଶତ୍ରୁଘ୍ନ ରାଉତ, ସତ୍ୟନାରାୟଣ ଅଗ୍ରୱାଲ ପ୍ରମୁଖ ନେତୃତ୍ଵ ନେଇଥିଲେ ।

Leave A Reply

Your email address will not be published.