jayashree

ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ

ବରଗଡ, (ମୁନ୍ନା ସାହୁ) : ଟୋକନ୍‌ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଥିଲେ । ବରଗଡ଼ ଜିଲ୍ଲାରେ ଗତ ୧୧ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ ଆରମ୍ଭରୁ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି । ଜିଲ୍ଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ । ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ୍ ରହିଛି । ଏହାର ପ୍ରତିବାଦରେ ମଙ୍ଗଳବାର ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଜିଲ୍ଲାର ଅନେକ ଚାଷୀ ସଂଗଠନ ଏବଂ ଚାଷୀମାନେ ସାମିଲ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ପୋଲିସ୍ ଛାଉଣୀରେ ପରିଣତ ହୋଇଛି । ଏପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଷୀମାନେ ରୋଷେଇ କରୁଥିବା ମଧ୍ୟ ଦେଖାଦେଇଛି ।

Leave A Reply

Your email address will not be published.