jayashree

ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ଧର୍ମଗଡ଼ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ଭିଜିଲାନ୍ସର ବଡ଼ ଚଢ଼ାଉ । ଆୟ ବହିଃର୍ଭତ ସମ୍ପତ୍ତି ଠାବ ଅଭିଯୋଗରେ ଭବାନୀପାଟଣା ଆର୍ ଆଣ୍ଡ ବି ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬ଟି ସ୍ଥାନରେ ମିଳିତ ଭାବେ ଚଢ଼ାଉ ଚାଲିଛି । ଆଜି ସକାଳୁ ଓଡ଼ିଶା ଭିଜିଲାନ୍ସର ଏକାଧିକ ଟିମ୍ ଭବାନୀପାଟଣା, କୋକସରା ଓ ଧର୍ମଗଡ଼ ଅଞ୍ଚଳରେ ଏକାସାଙ୍ଗେ ଚଢ଼ାଉ ଆରମ୍ଭ କରିଥିଲେ । ଭବାନୀପାଟଣା ଭିଜିଲାନ୍ସ ନ୍ୟାୟାଧୀଶଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି । ଭିଜିଲାନ୍ସ ଟିମ୍ ଭବାନୀପାଟଣାରେ ଥିବା ଦୁଇ ମହଲା ଘର, କୋକସରା ବ୍ଲକର କୁସୁମଖୁଣ୍ଟି ଗ୍ରାମରେ ଥିବା ପୈତୃକ ଘର, କିଟପଡ଼ାର ଫାର୍ମ ହାଉସ, ଦୁଆରସୁନି ପଡାର ନିର୍ମାଣାଧୀନ ଘର, ଧର୍ମଗଡ଼ କାର୍ଯ୍ୟାଳୟ ଉପରେ ଚଢ଼ାଉ କରୁଛି । ଭୁବନେଶ୍ୱର ଶବରଙ୍କ ନାମରେ ଥିବା ଅଚଳାଚଳ ସମ୍ପତ୍ତି, ବ୍ୟାଙ୍କ ଜମା, ଦଲିଲପତ୍ର ଓ ଅନ୍ୟାନ୍ୟ ଆର୍ଥିକ କାଗଜପତ୍ରର ଯାଞ୍ଚ ଚାଲିଥିବା ସୂଚନା ମିଳିଛି । ତେବେ ଚଢ଼ାଉ ଶେଷ ହୋଇନଥିବାରୁ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଏଯାବତ୍ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.