jayashree

ଛତରଙ୍ଗ ଗାଁରେ କନ୍ଧ ସମାଜର ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଛତ୍ରଙ୍ଗ ଠାରେ ଯୁବ ସଂଗଠନର ଜିଲ୍ଲା ଉପଦେଷ୍ଟା ଆର୍ତ୍ତତ୍ରାଣ ଭୋଇଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା’ ଇଷ୍ଟଦେବୀଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟଅତିଥି ଭାବରେ ଜିଲ୍ଲା ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଡିଙ୍ଗର ଭୋଇ, ଜଗଦୀଶ ସିଂ ଭୋଇ, କପିଳାସ ଭୋଇ, ମିନିକେତନ ପାତ୍ର, ଉପଦେଷ୍ଟା, ଲଳିତ ଯାନୀ, ହାଡିବନ୍ଧୁ ଭୋଇ ଯୋଗଦେଇ ସଭାକୁ ଉଦବୋଧନ ଦେଇଥିଲେ । କଳାହାଣ୍ଡି ରାୟଗଡା ଜିଲ୍ଲା ସିଜିମାଳୀ, ତିଜମାଳୀ, କୁତ୍ରୁମାଳୀରେ ଆଦିବାସୀମାନଙ୍କର ଜଳ ଜଙ୍ଗଲ ଜମି ଉପରେ କମ୍ପାନୀ ମନମୁଖୀ ବିସ୍ଥାପନ ନୀତିକୁ ବିରୋଧ କରିବା ସହିତ ଆନ୍ଦୋଳନକାରୀ ଆଦିବାସୀ ନେତାମାନଙ୍କୁ ନିସର୍ତ୍ତ ଜେଲରୁ ଖଲାସ କରିବା ପାଇଁ ଦାବି କରାଯାଇଥିଲା । କନ୍ଧ ଆଦିବାସୀ ଜାତିର ପ୍ରଥା ପରମ୍ପରା ରୂଢି ପ୍ରଥା ବିକାଶ ସମାନତା ଶିକ୍ଷା ପାଇଁ ଏକଜୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ଅଭି ପୂଝାରୀ, ନନ୍ଦି କିଶୋର ମାଝୀ, ପକ୍ଷୀ ରାଜ ଭୋଇ, କୁଶ ଭୋଇ, କୈଳାସ ଭୋଇ ସହଯୋଗ କରିଥିବା ବେଳେ ଡମ୍ବରୁଧର କୁଆଁର ମଞ୍ଚ ସଂଚାଳନ କରିଥିବା ବେଳେ ଧରଣୀ ଭୋଇ ସଭାସାଙ୍ଗ କରିଥିଲେ ।

Leave A Reply

Your email address will not be published.