
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ନ୍ୟାୟ ଦାବିକୁ ସାମ୍ବିଧାନିକ ଉପାୟରେ ସରକାରଙ୍କ ଠାରେ ଉପସ୍ଥାପନ କରିବା ଏବଂ ଜିଲ୍ଲାର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦିଗରେ ଏକ ପ୍ରେସର୍ ଗୃପ୍ ଭାବରେ କାମ କରିବା ଲକ୍ଷ୍ୟ ନେଇ ଏକ ନୂତନ ସଂଗଠନ ଆରମ୍ଭ ହୋଇଛି । ବଲାଙ୍ଗିର ଜିଲ୍ଲାର କିଛି ସଚେତନ ନାଗରିକମାନଙ୍କ ନେଇ ବିଭିନ୍ନ ବିଚାର ବିମର୍ଷ ପରେ ଏକ ସଂଗଠନର ଆବଶ୍ୟକତାକୁ ଉପଲବ୍ଧି କରି ଏହି ସଂଘ ଗଠନ ପାଇଁ ନିଷ୍ପତ୍ତି ହୋଇଛି । ସ୍ଥାନୀୟ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ଡିଷ୍ଟିକ୍ ସିଭିଲ୍ ସୋସାଇଟି ନାମରେ ଗଠନ ହୋଇଥିବା ଏହି ନୂଆ ସଂଗଠନର ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ଯୋଗ ଦେଇ ଏହି ନୂତନ ସଂଗଠନର ଆବଶ୍ୟକତା ଓ ଭବିଷ୍ୟତ ରୂପରେଖ ସଂପର୍କରେ ବୁଝାଇଥିଲେ । ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱ ଓ ମନୋରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶ୍ରୀ ମିଶ୍ର ନୂତନ ସଂଗଠନକୁ ଉଦ୍ଘାଟନ କରି ଇଂ. ବେଲାରସିଂ ଭୋଇଙ୍କୁ ସଂଘର ଆବାହକ ଓ ଶିକ୍ଷାବିତ୍ ମନୋରଂଜନ ସାହୁଙ୍କୁ ସଂଯୋଜକ ରୂପେ ଘୋଷଣା କରି ଆଗାମୀ ଦିନରେ ଏକ ପୂର୍ଣ୍ଣାଙ୍ଗ ସଂଘ ଗଠନ ପାଇଁ ଶ୍ରୀ ମିଶ୍ର ଦାୟିତ୍ୱ ଦେଇଥିଲେ । ସେହିପରି ଏକ ସାମ୍ବିଧାନିକ କମିଟି ଓ ଚୟନ କମିଟି ମଧ୍ୟ ଗଠନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପଭୂଷଣ ନାଥ, ବିମଳ ଚୋପଦାର, ମନୋରଂଜନ ମିଶ୍ର, ଗୋବିନ୍ଦ ଚନ୍ଦ୍ର ମିଶ୍ର, ପ୍ରଶନ୍ନ କୁମାର ମିଶ୍ର, ଡା.ରାଧାକାନ୍ତ ସେଠ, ରଣରାଜ ସିଂଦେଓ, ବିଭୂତି ଶଙ୍କର ବିନ୍ଧାଣୀ, ରଘୁ ନନ୍ଦନ ସିଂହ, ରବିଶଙ୍କର ମିଶ୍ର, ପ୍ରଶାନ୍ତ ପଟ୍ଟନାୟକ, ହରେକୃଷ୍ଣ ପଟେଲ, ସିଏ ଶ୍ରୀକାନ୍ତ ଶର୍ମା, ସ୍ୱରୂପାରାଣୀ ଠାକୁର, ସନ୍ତୋଷୀ ମେହେର, ଆନନ୍ଦ କୁମାର ମିଶ୍ର, ଅରୁଣ କୁମାର ନାଥ, ଜ୍ଞାନ ରଂଜନ ପଟ୍ଟନାୟକ, ରବି ନାରାୟଣ ସାହୁ, ଏଡ୍ଭୋକେଟ ସୌମ୍ୟାରାଣୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।