jayashree

ସାବିତ୍ରୀ ବ୍ରତରେ ଚାରାରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମହୁଲପାଲି ଗ୍ରାମର ମନ୍ଦାକିନୀ ବରିହା ସାବିତ୍ରୀ ବ୍ରତ ଅବସରରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ଏକ ବଉଳ ଚାରା ଗାଁ ମୁଣ୍ଡ ରାସ୍ତା ପାର୍ଶ୍ବରେ ରୋପଣ କରିଥିଲେ । ସାଧାରଣତଃ ଜ୍ୟେଷ୍ଠ ଅମାବାସ୍ୟାରେ ସଧବା ନାରୀମାନେ ନିଜ ସ୍ୱାମୀଙ୍କର ଲମ୍ବା ଆୟୁଷ ପାଇଁ ନିର୍ଜଳା ଉପବାସ କରିଥାଆନ୍ତି । ବର୍ତ୍ତମାନ ସମୟରେ ପରିବେଶ ସୁରକ୍ଷାର ଆବଶ୍ୟକତା ରହିଛି ଏହାକୁ ହୃଦୟଙ୍ଗମ କରି ମନ୍ଦାକିନୀଙ୍କ ମନକୁ ଏହି ଚାରାରୋପଣ କଥା ଆସିଥିଲା । ସେ ନିଜ ସ୍ୱାମୀ ରବୀନ୍ଦ୍ର ବରିହାଙ୍କୁ ଏହି ଚାରାରୋପଣ କଥା ପ୍ରକାଶ କରିବାରୁ ଅଞ୍ଚଳର ବିଶିଷ୍ଟ ପରିବେଶବିତ ମୀନକେତନ ସାହୁଙ୍କୁ ଏକ ବଉଳ ଚାରା ପାଇଁ ଯୋଗାଯୋଗ କରିଥିଲେ । ନିଜେ ଉପସ୍ଥିତ ରହି ମୀନକେତନ ସାହୁ ଏକ ବଉଳ ଚାରା ପ୍ରଦାନ କରି ଉଭୟ ପତି ପତ୍ନୀଙ୍କ ଦ୍ୱାରା ରୋପଣ କରାଇଥିଲେ । ଆଗାମୀ ପିଢିର ସୁରକ୍ଷା ପାଇଁ ଏହିପରି ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକୃତିବନ୍ଧୁ ମୀନକେତନ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.