jayashree

ଅଙ୍ଗନଦୀ ବାଲି ଚୋରାଚାଲାଣ, ୫ ହାଇୱା ଅଟକ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକରେ ପ୍ରବାହିତ ଅଙ୍ଗନଦୀ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଆସୁଥିବାବେଳେ ୫ ହାଇୱା ଅଟକ ରଖାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଘାଟ ମାନଙ୍କରେ ମିଟନାଇଟ ଅପରେସନ କରାଯାଇଥିଲା । ଆଗଲପୁର ଥାନା ନଅଗାଁ (କ) ଠାରୁ ଲୋଇସିଂହା ଥାନା ସାଲେଭଟା ଫାଣ୍ଡି କୁଟାସିଂହା ପର୍ଯ୍ୟନ୍ତ ପ୍ରବାହିତ ଅଙ୍ଗନଦୀ ବାଲିଘାଟ ମାନଙ୍କରେ ବାଲିମାଫିଆଙ୍କ ଲୁଟ ତରାଜ ଚାଲିଥିବା ସାମ୍‌ନାକୁ ଆସିଥିଲା । ଆଇନ୍‌ ବ୍ୟବସ୍ଥା ଆଖିରେ ଧୂଳିଦେଇ ବର୍ଷ ବର୍ଷ ବେଆଇନ୍‌ ଭାବରେ ଜେସିବି ଲଗାଯାଇ ହାଇୱାରେ ବାଲିଚାଲଣ କରାଯାଇଛି । ଆଗଲପୁର ଥାନା ନଅଗାଁ(କ), ବାଞ୍ଜିପାଲି, ଫଟାମୁଣ୍ଡା, ଫାସଡ, ସାଲେଭଟା, ତେନ୍ତୁଲିଗାଁ ଆଦି ସରକାରୀ ଆକାରରେ ବାଲିଘାଟ ରହିଥିବାବେଳ ରଫାଖାଲ, ମୁରସୁଣ୍ଡି ପହଣ୍ଡି, ଶୁଖା ଆଦି ବେଆଇନ ଭାବରେ ବାଲିମାଫିଆମାନେ ନିଜ ଇଚ୍ଛା ମୁତାବକ ବାଲିଘାଟ ତିଆରି କରି ବେଆଇନ ଭାବରେ ଏଠାରୁ ରାଜ୍ୟବାହାର ଛତିଶଗଡ ପର୍ଯ୍ୟନ୍ତ ବାଲିଚାଲଣ କରୁଥିବା ଅଭିଯୋଗ ହୋଇଆସୁଛି । ସବୁ ଜାଣି ପ୍ରଶାସନ ନିରବ ଦ୍ରଷ୍ଟା ରହିଥିବା ଅଭିଯୋଗ ହୋଇଆସୁଥିଲା । ବର୍ଷ ବର୍ଷ ଧରି ବେଆଇନ ବାଲିଚାଲଣ କରାଯାଉଥିବାରୁ କୋଟିକୋଟି ଟଙ୍କାର ରାଜସ୍ୱ ହାନି ହେଉଛି । ରାତିରେ ମିଟ୍‌ନାଇଟ ଅପରେସନ କରି ଚଢ଼ାଉ କରାଯାଇଛି । ଆଗଲପୁରରେ ୩ ହାଇୱା ଓ ସାଲେଭଟା ଫାଣ୍ଡିରେ ୨ହାଇୱା ଅଟକ ରଖାଯାଇଛି । ବେଆଇନ ଭାବେ ବାଲିଚାଲଣ କରୁଥିବା ଓଡି୦୩ଏ ବି ୧୩୧୩ ଓ ଥିବା ଓଡି୦୩ଏ ଏଚ୍‌୮୨୩୪ ନମ୍ବର ହାଇୱାକୁ ସାଲେଭଟା ଫାଣ୍ଡିରେ ଅଟକ ରାଖାଯାଇଛି ବୋଲି ସାଲେଭଟା ଫାଣ୍ଡି ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.