
ରାଉରକେଲା, (ସସ୍ମିତା ପ୍ରଧାନ) : ଉଦାହରଣ ଟ୍ରଷ୍ଟ ପକ୍ଷରୁ ସହିଦ୍ ସମ୍ମାନ ସମାରୋହ ଆସନ୍ତା ୨୩ ତାରିଖ ଦିନ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ । ଏନେଇ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହିଦ୍ ପରିବାରଙ୍କ ସହ ଯୋଗାଯୋଗ, ଅତିଥି ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଅନୁଷ୍ଠାନର ଏହା ଚତୁର୍ଥ କାର୍ଯ୍ୟକ୍ରମ ହୋଇଥିଲା ବେଳେ ଚଳିତ ବର୍ଷ ୬ଜଣ ସହିଦ୍ ପରିବାରକୁ ସମ୍ମାନିତ କରାଯିବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି କୁହାଯାଇଥିଲା । ଏହି ବୈଠକରେ ଶ୍ରୀ ତନ୍ତୀଙ୍କ ବ୍ୟତୀତ ଇଂ ବିମଳ କୁମାର ବିଶି, ଚନ୍ଦ୍ରଶେଖର ଶତପଥୀ, ଶଙ୍କର ଜେନା, ଡ. ହୃଷିକେଶ ନାୟକ, ଏ କେ ସାବତ, ରୋହିତ ମହାନନ୍ଦିଆ, ସଞ୍ଜୟ କୁମାର ପ୍ରଧାନ, କୁଞ୍ଜବିହାରୀ ରାଉତ, ଜିତେନ୍ଦ୍ର ତନ୍ତୀ, ଜୟରାମ ପାତ୍ର ଓ ମଥୁରା ତନ୍ତୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।