ବିଜ୍ଞାନ ଶିକ୍ଷକଙ୍କ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବାଲାଜି କଲେଜ ଠାରେ ବିଜ୍ଞାନ ଶିକ୍ଷକ କର୍ମଶାଳା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ପରିଷଦ ଭାରତ ସରକାରଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୫୦ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଉକ୍ତ କର୍ମଶାଳାରେ ଗବେଷକ ଭାବେ କର୍ଣ୍ଣାଟକ ବେଙ୍ଗେଲୁରୁ ସହରରୁ ଆସିଥିବା ଡ. ନରେନ୍ଦ୍ର ନାୟକ ଯୋଗଦେଇ ବିଜ୍ଞାନ ଦ୍ୱାରା ସତ୍ୟକୁ ଉନ୍ମୋଚନ କରି ସମାଜରେ ଥିବା କୁସଂସ୍କାରକୁ ଦୂର କରିବା ସହ ତଥାକଥିତ ଭଣ୍ଡବାବା ମାନଙ୍କର ଚମତ୍କାରକୁ ଲୋକ ଲୋଚନକୁ ଆଣିବା ଏହି କାର୍ୟ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି ଦୁଇ ଦିନିଆ କର୍ମଶାଳାରେ ସମାଜରୁ ଅନ୍ଧବିଶ୍ୱାସ ରୂପକ ପ୍ରାନ୍ତ ଧାରଣ ଦୂରିକରଣ ପାଇଁ ବିଜ୍ଞାନ ସମ୍ମତ ବିଭିନ୍ନ ଜ୍ଞାନ କୌଶଳ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦିଆଯାଇଥିଲା । ଏହା ସହ ଦୈନନ୍ଦିନ ଜିବନରେ ବୈଜ୍ଞାନିକ ପଦ୍ଧତି ଓ ବି·ରଧାରାର ଉପଯୋଗ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଆଗେଇ ନେବା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା । ଆୟୋଜକ ସାମନ୍ତ ଚନ୍ଦ୍ର ଶେଖର ବିଜ୍ଞନ କ୍ଲବ ବାଲେଶ୍ୱରର ସଭାପତି ଇଂ ମିଲନ କୁମାର ରାଉଳ ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ବାଲାଜି କଲେଜର ନିର୍ଦ୍ଦେଶକ ଅଭିଳାଶ ଅଗ୍ରୱାଲ, ସାମନ୍ତ ଚନ୍ଦ୍ର ଶେଖର ବିଜ୍ଞନ କ୍ଲବର ମାନସ କୁମାର ରାଉଳ, ଖୋଜ ଟିମର ଅନିଲ କୁମାର ନନ୍ଦ, ଅଶ୍ୱିନୀ ଷଡଙ୍ଗୀ, ଶିବ ପ୍ରସାଦ ତ୍ରିପାଠି, ବିଶ୍ୱଜିତ ପ୍ରଧାନ, ରଂଜିତ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.