jayashree

ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସିବିଏସ୍‌ଇ ଦ୍ୱାଦଶ ଫଳାଫଳ ପ୍ରକାଶିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦ୍ୱାଦଶ (ବିଜ୍ଞାନ)ଶ୍ରେଣୀର ଫଳାଫଳ ପ୍ରକାଶ ପାଇଥିଲା । ବିଦ୍ୟାଳୟରେ ପରିକ୍ଷା ଦେଇଥିବା ସମସ୍ତ ୨୦୦ ଛାତ୍ରଛାତ୍ରୀ ସଫଳତାର ସହିତ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି । କୌଶିକ କୁମାର ସାହୁ ୯୫% ମାର୍କ ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ଠିକ ସେହିପରି ସାହିଲ କୁମାର ଦାଶ ୯୪% ପୋଲମୀ ଯୋଷୀ ୯୩% ଅନ୍ୟମାନଙ୍କ ମଧ୍ୟରେ ୧୬ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର, ସଂପାଦକ ଗୋପାଳ କ୍ରିଷ୍ଣା ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଳ ମହାକୁର, ତଥା ବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷିକା ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକରି ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.