jayashree

ଏସଆଇଏଚଏମ, ବଲାଙ୍ଗିର ଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ / ପୂର୍ବତନ ଅନ୍ତେବାସୀଙ୍କ ଶିକ୍ଷାମୂଳକ ଭ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌), ବଲାଙ୍ଗିର ଠାରେ ଅବସ୍ଥିତ ଥିବା ଷ୍ଟେଟ ଇନଷ୍ଟିଚ୍ୟୁଉଡ ଅଫ ହୋଟେଲ ମ୍ୟାନେଜମେଣ୍ଟ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିରର ଆୟୋଜନ କ୍ରମେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ / ପୂର୍ବତନ ଅନ୍ତେବାସୀ ମାନଙ୍କ ପାଇଁ ଏକ ଶିକ୍ଷା ମୂଳକ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମିଶନ ବାତ୍ସଲ୍ୟ, ଯଶୋଦା, ଆଶୀର୍ବାଦ, ଫୋଷ୍ଟର କେୟାର ଓ ଆଫ୍ଟର କେୟାର ଯୋଜନା ଅଧୀନରେ ଥିବା ଅନ୍ତେବାସୀ, ପୂର୍ବତନ ଅନ୍ତେବାସୀ ତଥା ହିତାଧିକାରୀମାନଙ୍କ ପାଇଁ ବଲାଙ୍ଗର ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ ଠାରେ ଏକ ଶିକ୍ଷାମୂଳକ ଭ୍ରମଣ ସୂଚାରୁରୂପେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ଶିଶୁମାନଙ୍କୁ ଶିକ୍ଷା ଦେବାକୁ, ଉତ୍ସାହିତ କରିବାକୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ଆଶିଷ କୁମାର ନାୟକ, ପିଓଆଇସି, ଶିଶୁ ମଙ୍ଗଳ ସମିତିର ଲିନା ବାବୁ, ସୁଧାଂଶୁ ଶେଖର କୁମ୍ଭାର, ପିଓଏନଆଇସି, ଦିଗମ୍ବର କର, ଏଲପିଓ, ସାମାଜିକ କର୍ମୀ, ହରିବନ୍ଧୁ ରାଉତ, ଅରୁଣ କୁମାର ଖୁଆସ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ଅବସ୍ଥାପିତ ଥିବା ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ବଲାଙ୍ଗିର ଜିଲ୍ଲାର ୫ ଟି ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, କର୍ମଚାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏସଆଇଏଚଏମ, ବଲାଙ୍ଗିର ଅଧ୍ୟାପକମଣ୍ଡଳୀ ପ୍ରତିଷ୍ଠାନରେ ଉପଲବ୍ଧ ସମସ୍ତ ସୁବିଧା ଓ ପ୍ରଶିକ୍ଷଣ ପାଠ୍ୟକ୍ରମ, ପାଠ୍ୟକ୍ରମ ସହ ତିନି ତାରକା ଓ ପଞ୍ଚ ତାରକା ହୋଟେଲ ମାନଙ୍କରେ ନିଯୁକ୍ତି ସମ୍ପର୍କରେ ପରିଦର୍ଶନରେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ । ଶିଶୁମାନଙ୍କ ସାମଗ୍ରିକ ଉନ୍ନତି ପାଇଁ ନାମଲେଖା ପ୍ରକ୍ରିୟା ଓ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ପ୍ରଦର୍ଶନ କରାଯାଇଥିଲା । ଏହି ଶିକ୍ଷାମୂଳକ ଭ୍ରମଣ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଓ କର୍ମଚାରୀମାନଙ୍କ ପାଇଁ ଏକ ଶିକ୍ଷା ହୋଇଥିଲା ।

Leave A Reply

Your email address will not be published.