jayashree

ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ନବଗଠିତ ଜିଲ୍ଲା ସ୍ୱିମିଂ ଆସୋସିଏସନ୍ ପକ୍ଷରୁ ବିଶ୍ରାମୁଣ୍ଡା ଆଥଲେଟିକ୍ ସ୍ୱିମିଂ ପୁଲ୍‌ରେ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି । ବିଭିନ୍ନ ବୟସ୍କ ଓ ବିଭାଗର ସ୍ୱିମିଂ କ୍ୟାଟାଗୋରୀରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ଭାଗରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବ୍ୟବସାୟୀ ରାଜେନ୍ଦ୍ର ପ୍ରସାଦ ଗୁପ୍ତା ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଉପନିର୍ଦ୍ଦେଶକ ସୁଦୀପ୍ତ କୁମାର ନାୟକ ଯୋଗଦେଇଥିଲେ । ସେମାନେ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ପଦକ ପ୍ରଦାନ କରିଥିଲେ । ଦ୍ୱିତୀୟ ଭାଗରେ ପ୍ରସିଦ୍ଧ ଗାଇନକୋଲୋଜିଷ୍ଟ ଡାକ୍ତର ସୁଧାରାଣୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ । ସ୍ୱିମିଂ ଆସୋସିଏସନ୍ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ସେ ଛାତ୍ରଛାତ୍ରୀଙ୍କୁ ସନ୍ତରଣର ଉପକାରିତା, ସ୍ୱାସ୍ଥ୍ୟ ଲାଭ ଏବଂ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ଉଦ୍‌ବୋଧନ ଦେଇଥିଲେ । ଅତିଥିମାନେ ବିଜେତା ଛାତ୍ରଛାତ୍ରୀଙ୍କୁ ମେଡାଲ୍ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ସମସ୍ତ ଅତିଥି ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଆହୁରି ଭଲ ପ୍ରଦର୍ଶନ ପାଇଁ ପ୍ରେରିତ କରିଥିଲେ । ସଭାପତି ଦୀପକ ଦାଶଙ୍କ ନେତୃତ୍ୱ ଓ ନିର୍ଦ୍ଦେଶନାରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁ ଭାବରେ ଏବଂ ବହୁତ ସଫଳତାର ସହ ଅନୁଷ୍ଠିତ ହୋଇପାରିଥିଲା । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ସମସ୍ତ ସଦସ୍ୟ, ପ୍ରତିଯୋଗୀ, ଅଭିଭାବକ ଓ ସହଯୋଗୀମାନଙ୍କର ଅନେକ ପରିଶ୍ରମ ଓ ସହଯୋଗ ରହିଥିଲା ।

Leave A Reply

Your email address will not be published.