
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଠାରେ ସରକାରଙ୍କ ତରଫରୁ ଏକ ସ୍ଥାୟୀ ଧାନ ମଣ୍ଡି ନିର୍ମାଣ କରାଯାଇଥିଲା । ରବି ଫସଲ ପାଇଁ ଆଜି ସକାଳ ୧୦ଟା ସମୟରେ ଟେମରୀ ଗ୍ରାମ ପଞ୍ଚାୟତର ଅବସର ପ୍ରାପ୍ତ ସେକ୍ରେଟାରୀ ରୁଷଭ ସାହୁଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟେମରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଯୋଗଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପାଇକମାଲ ଯୋଗାଣ ଅଧିକାରୀ ଦେବାଶିଷ ମେହେର, ଆର୍. ଏମ୍. ସି.ର କୃପାସିନ୍ଧୁ ଦିଶ୍ରୀ, ଫିରୋଜ ପ୍ରଧାନ, ସେବା ସମବାୟ ସମିତି ତରଫରୁ ପବିତ୍ର ସାହୁ, ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ପ୍ରଶାନ୍ତ ସାହୁ, ନାରାୟଣ ଥପା, ତୁକାରାମ ଠାକୁର, ଦେବାର୍ଚ୍ଚନ ସାହୁ, କିଶୋର କୁମାର ରଣା, ଭାଗବତ ସାହୁ, ଉତ୍ତମ ସାହୁ, ଅନଙ୍ଗ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।