
- ଘୋଷଣା କଲେ ନିର୍ବାଚନ ଅଧିକାରୀ ରାଧେଶ୍ୟାମ ଅଗ୍ରୱାଲ
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ପାଇଁ ରବିବାର ସକାଳେ ୧୦ ଟାରୁ ଦ୍ୱିପହର ୨ ଟା ପର୍ଯ୍ୟନ୍ତ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ନାମାଙ୍କନ ପ୍ରକ୍ରିୟାକୁ ସଠିକ୍ ଭାବରେ ନିରୀକ୍ଷଣ କରିବା ପାଇଁ ଏକ ଟିମ ଗଠନ କରାଯାଇଥିଲା । ସେହି ଟିମରେ ସହରର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ, ଡମ୍ବରୁ ଧର କର୍ମୀ ଓ ସଞ୍ଜିତ ଚାଟାର୍ଜୀ ଦାୟିତ୍ଵ ତୁଲାଇଥିଲେ । ସଂଧ୍ୟା ଚାରିଟା ସମୟରେ ସ୍ମୃଟନି ପାଇଁ ସମସ୍ତ ପ୍ରାର୍ଥୀ ଦାଖଲ କରିଥିବା ଆବେଦନ ପତ୍ର ଯାଞ୍ଚ କରିଥିଲେ ସେଥିରେ କାହାର ବି ପ୍ରାର୍ଥୀ ପତ୍ର ନାକଚ ହୋଇ ନ ଥିଲା । ତେବେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଧର୍ମଶାଳା ଠାରେ ନିର୍ବାଚନ ଅଧିକାରୀ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ ଆଗାମି ଦୁଇ ବର୍ଷ ପାଇଁ ସଭାପତି ଭାବେ ଶମ୍ଭୁ ପ୍ରସାଦ ଗୋଏଲ, ଉପସଭାପତି ସଞ୍ଜୟ ସୋନି, ସଂପାଦକ ଭାବେ ଗୋପାଳ ଜୈନ, ସହ ସମ୍ପାଦକ ଅମନ କୁମାର ଗୋଏଲ, କୋଷାଧ୍ୟକ୍ଷ ଭାବେ ଗଙ୍ଗାଧର ଶର୍ମା ଏବଂ ୨୧ ଜଣ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ନାମ ଘୋଷଣା କରିଥିଲେ । ପାଖାପାଖି ୪୪୦ ରୁ ଅଧିକ ସଦସ୍ୟଙ୍କୁ ନେଇ ଟିଟିଲାଗଡ ବଣିକ ସଂଘ ଗଠିତ । ତେବେ ନିର୍ଦ୍ୱନ୍ଦରେ ବିଜୟୀ ହୋଇଥିବା ବଣିକ ସଂଘର ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ନେତୃତ୍ୱ ଓ ତାଙ୍କ ଟିମର କାର୍ଯ୍ୟକାଳରେ ହୋଇଥିବା କାର୍ଯ୍ୟକୁ ସମସ୍ତେ ସମର୍ଥନ ଜଣାଇବା ଏଥିରୁ ପ୍ରମାଣିତ । ଆଗକୁ ବ୍ୟବସାୟୀଙ୍କ ହିତରେ କାର୍ଯ୍ୟ କରିବି ବୋଲି ସଭାପତି ଶ୍ରୀ ଗୋଏଲ କହିଛନ୍ତି । ତେବେ ଫଳାଫଳ ଘୋଷଣା ହେବା ପରେ ଉପସ୍ଥିତ ସଦସ୍ୟମାନେ ନିର୍ବାଚିତ ସଦସ୍ୟଙ୍କୁ ଫୁଲମାଳ ପିନ୍ଧାଇ ମିଠା ଖୁଆଇ ଖୁସି ଜାହିର କରିଥିଲେ ।