jayashree

ପ୍ରୟାସ ତରଫରୁ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ ସମ୍ପର୍କରେ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରୟାସ ରାଉରକେଲା ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ ସହଯୋଗରେ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକର ଦିଗ ଓ ଦିଗବଳୟ” ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ । ସେ ପ୍ରୟାସ୍ ଅନୁଷ୍ଠାନର ଏହି ଆଲୋଚନା ଚକ୍ର ମାଧ୍ୟମରେ ପୂଜ୍ୟପୂଜା ସଂସ୍କୃତିକୁ ଉଚ୍ଛ୍ୱସିତ ପ୍ରଶଂସା କରିଥିଲେ । ସେ କହିଲେ ଯେ, “ଆମେ ସମସ୍ତେ ବିଭିନ୍ନ ପ୍ରକାରେ ଋଣୀ । ଏହି ଋଣରୁ ମୁକ୍ତ ହେବାକୁ ହେଲେ ଏପରି ପୂଜ୍ୟପୂଜା କରିବାକୁ ହେବ । ପ୍ରୟାସ ଦ୍ୱାରା ପ୍ରକାଶିତ ପୂର୍ବରଙ୍ଗ ଗବେଷଣା ଭିତ୍ତିକ ନାଟ୍ୟ ଜର୍ଣ୍ଣାଲରେ ଏହିପରି ଜଗନ୍ମୋହନ ଲାଲ, ମନୋରଞ୍ଜନ ଦାସ, ବୀର ବିକ୍ରମ ଦେବ, ରାମଶଙ୍କର ରାୟ ଆଦି ବିଶେଷାଙ୍କ ଏବଂ “ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟ୍ୟସମ୍ଭାର” ଭାଗ ୧ ଓ ୨ ପ୍ରକାଶ କରି ପ୍ରୟାସ ଏକ ଗୁରୁଦାୟିତ୍ଵ ନିର୍ବାହ କରିଛି । ମୁଖ୍ୟବକ୍ତା ପ୍ରଫେସର ସମର ମୁଦାଲି ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ନାଟକରେ ଥିବା ଇଂରାଜୀ ଓ ସଂସ୍କୃତ ଉଭୟ ନୂଆ ଓ ପୁରୁଣାର ଅଭୂତପୂର୍ବ ତାଳମେଳ ଦେଖାଯାଏ ବୋଲି କହିଥିଲେ । ଆଲୋଚକମାନେ ସଚ୍ଚିଦାନନ୍ଦ ବେହେରା, ବିଶିଷ୍ଟ ବାଗ୍ମୀ ପ୍ରାବନ୍ଧିକ ଡକ୍ଟର ରମେଶଚନ୍ଦ୍ର ମଲ୍ଲିକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଉତ୍କଳ ବିଶ୍ଵବିଦ୍ୟାଳୟ, ପାରେଶ୍ୱର ବିଶ୍ଵାଳ ଇଂରାଜୀ ଭାଷା ବିଭାଗ, ଡାଲମିଆ କଲେଜ ନାଟ୍ୟକାର ନିର୍ଦ୍ଦେଶକ, ଅଭିନେତା ଡ଼. ନିବେଦିତା ଜେନା ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ ରଚିତ ନାଟକଗୁଡିକରେ ହୋଇଥିବା ପ୍ରୟୋଗ ଓ ପରୀକ୍ଷାନିରୀକ୍ଷା ସମ୍ପର୍କରେ ବିଶଦ୍ ବର୍ଣ୍ଣନା କରିଥିଲେ । ଶେଷରେ ନାଟ୍ୟାଚାର୍ଯ୍ୟ ଚିନ୍ତାମଣି ଜେନାଙ୍କ କୃତି ଓ କୃତିତ୍ୱ ସମ୍ପର୍କରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନେ ହେଲେ – ପ୍ରଥମ – ଜନ୍ମେଜୟ ମହାନ୍ତି, ୨ୟ ପ୍ରଜ୍ଞା ପାରମିତା ପାଣିଗ୍ରାହୀ, ତୃତୀୟ – ମନୋଜ ମହାନ୍ତି । କୃତୀ ପ୍ରତିଯୋଗୀଙ୍କୁ ସନ୍ଧ୍ୟାରେ ଆୟୋଜିତ ସଭାରେ ପୁରସ୍କୃତ କରାଯାଇଥିଲା । ଓଡିଶା ସାହିତ୍ୟ ଏକାଡେମୀର ସହସଚିବ ସଞ୍ଜୟ କୁମାର ଛୁଆଳସିଂହ ଏହି କାର୍ଯ୍ୟକ୍ରମରେ ସଭାପତିତ୍ଵ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରୟାସ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.