jayashree

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏମ୍.କେ.ସି.ଜି. ହସ୍ପିଟାଲ ପରିଦର୍ଶନ କଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିବା ସାଂଗକୁ ତନଖି କରିଥିଲେ । ବ୍ରହ୍ମପୁରର ଶିଶୁ ବିଭାଗ, ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନ କରି ବିଭିନ୍ନ ବିଭାଗକୁ ବୁଲି ଦେଖିବା ସହ ରୋଗୀମାନଙ୍କ ଆତ୍ମୀୟ ସ୍ୱଜନଙ୍କ ସହ ଅଧ୍ୟକ୍ଷା ଓ ସଦସ୍ୟାମାନେ ଆଲୋଚନା କରିଥିଲେ । ଏହା ସହ ଶିଶୁମାନଙ୍କ ଯତ୍ନ, ସୁବ୍ୟବସ୍ଥା, ସମୁଚିତ ଚିକିତ୍ସା ସେବା ଯୋଗାଇ ଦେବା ସହିତ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମେଡିକାଲ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ, ଡାକ୍ତର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଶ୍ରୀମତୀ ପାତ୍ର ପରାମର୍ଶ ଦେଇଛନ୍ତି । ଶିଶୁ ବିଭାଗରେ ଏକ ନୂଆ ନିରାମୟ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କୁ ଅନୁରୋଧ କରିବେ ବୋଲି ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର କହିଛନ୍ତି ।

Leave A Reply

Your email address will not be published.