jayashree

ଲାଖବାହିଲି ଠାରେ କୃଷି ଭିତ୍ତିକ ମଣ୍ଡେଇ ପର୍ବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଲାଖବାହିଲି ଠାରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକରିଙ୍କ କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ ହୋଯାଇଛି । ତନ୍ତ୍ରବିଦ୍ୟାରେ ଅନେକ ଦିନରୁ ନିପୁଣତା ହାସଲ କରିଥିବା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତର ଲାଖବାହିଲି ଠାରେ କୃଷିଭିତ୍ତିକ ମଣ୍ଡେଇ ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆଖପାଖ ଅଂଚଳର ସମସ୍ତ ଦେବଦେବୀ ନିଜର ପ୍ରତୀକାତ୍ମକ ଲାଠି, ଗାଦି ମାନଙ୍କୁ ବିଭିନ୍ନ ପଟୁଆର ଓ ପାରମ୍ପରିକ ବାଦ୍ୟଯନ୍ତ୍ର ଧରି ପୂଜାସ୍ଥଳୀରେ ଉପସ୍ଥିତ ହୋଇଥିଲେ । ଗାଁ ପୂଜାରୀଙ୍କ ଘରୁ ସମସ୍ତ କାଳିସି, ଲାଠି ଓ ଗାଦି ମାନଙ୍କୁ ଏକ ସୁସଜ୍ଜିତ ପଟୁଆରରେ ଗ୍ରାମଦେବୀ ମାଆ ଡୋକରିଙ୍କ ମନ୍ଦିରରେ ପହଞ୍ଚି ପୂଜା ଅର୍ଚ୍ଚନା ପରେ ନଗର ପରିକ୍ରମା କରଯାଇଥିଲା । ଚଳିତ ବର୍ଷର କୃଷି ଉତ୍ପାଦନ, ଲୋକଙ୍କ ନିରୋଗ ଜୀବନ ମା’ଙ୍କ ପାଖରେ ଆଶୀର୍ବାଦ ଭିକ୍ଷା କରଯାଇଥିଲା । ଏହି ଦେବ ମିଳନକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ସହଯୋଗ ମିଳିଥିବାରୁ ସଭାପତି କୌତୁକ ଭତ୍ରା, ଅର୍ଜୁନ ଠାକୁର, ନୀଳାମ୍ବର ଠାକୁର, ଦେବରାଜ ନାଏକ, ପର୍ଶୁରାମ ହରିଜନ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.