
କେସିଙ୍ଗା, (ପ୍ରୀତେଶ ପଟେଲ) : ନାରୀ ଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍) ୨୦୨୬ ସମ୍ବନ୍ଧୀୟ ୧୭ ଏପ୍ରିଲ ୨୦୨୬ରେ, ଏନ୍ଡିଏ ସରକାର ଲୋକସଭାରେ ୩୩% ମହିଳା ସଂରକ୍ଷଣ ଲାଗୁ କରିବାକୁ ଏକ ନୂତନ ସାମ୍ବିଧାନିକ ସଂଶୋଧନ ବିଲ୍ (ସୀମା ନିର୍ଦ୍ଧାରଣ ସହ) ଆଗତ କରିଥିଲେ କିନ୍ତୁ ତାହା ଗୃହରେ ପାରିତ ହେଲା ନାହିଁ । ତେଣୁ ସାରା ଭାରତ ବର୍ଷରେ ବିଜେପି ପାର୍ଟି ତରଫରୁ ଜନ ଆକ୍ରୋଶ ମହିଳା ସମାବେଶ କରି ବିରୋଧ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ପାଞ୍ଚ ସମୟରେ କେସିଙ୍ଗା ଗୌରୀଶଙ୍କର ମନ୍ଦିର ସାମ୍ନାରୁ କେସିଙ୍ଗା ବ୍ଲକ ପରିସର ପର୍ଯ୍ୟନ୍ତ ଶତାଧିକ ମହିଳାଙ୍କ ସମାବେଶରେ ଜନ-ଆକ୍ରୋଶ ରାଲି କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଓ ମହିଳା ସଭାନେତ୍ରୀ ଯାଜ୍ଞସେନୀ ସାହୁଙ୍କ ନେତୃତ୍ଵରେ କରାଯାଇଥିଲା । କଂଗ୍ରେସ ଓ ବିଜେଡି ଏହି ନାରୀ ବନ୍ଦନା ବିଲ୍କୁ ସମର୍ଥନ ନ କରିଥିବାରୁ ଆଗାମୀ ଦିନରେ ନାରୀମାନେ ତାଙ୍କର ଶକ୍ତି ପ୍ରଦର୍ଶିତ କରିବେ ବୋଲି କହିଥିଲେ ରାଜ୍ୟ କାର୍ଯ୍ରକାରିଣୀ ସଦସ୍ୟା ନମିତାରାଣୀ ସାହୁ । ଏହି ସମାବେଶରେ ଉପସ୍ଥିତ ଥିଲେ ଜିଲ୍ଲା ଉପସଭାପତି ସନ୍ତୋଷିନୀ ଦାଶ, ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ଶୋଭାଙ୍ଗିନୀ ପାତ୍ର, ଜିଲ୍ଲା ସଦସ୍ୟ ପୁଷ୍ପାଞ୍ଜଳି ନାୟକ, ପୂର୍ବତନ ନଗରପାଳ ସରିତା ସିନ୍ଦୁର, ବିର୍ଦ୍ଧି ଜୈନ, ପ୍ରଶାନ୍ତ ବାନାର୍ଜୀ, ମଗନ ସିନ୍ଦୁର, ବଣ୍ଟି ଜୈନ, ସନ୍ତୋଷ ଦାଶ, ସୁନୀଲ ଜୈନ, ଜୟନ୍ତୀ ଗହୀର, ଲକ୍ଷ୍ମୀ ହେର୍ଣ୍ଣା, ନିନି ନାନୀ, ଲଳିତା ମହଲା ଓ ଯୁବ ସଭାପତି ମଣ୍ଟୁ ବର୍ମା ସହ ସମସ୍ତ କେସିଙ୍ଗା ବିଜେପି କର୍ମୀ ।