csstore

ସମ୍ବର୍ଦ୍ଧିତ ହେଲେ ଜୟପାଟଣା ଶିଶୁ ବିଦ୍ୟା ମନ୍ଦିରର ୧୮ଜଣ ଏ-ୱାନ୍‌ ଛାତ୍ରଛାତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ନବେ ପ୍ରତିଶତରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ୧୮ଜଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ଆୟୋଜିତ ସମାରୋହରେ ବିଦ୍ୟା ମନ୍ଦିର ସଭାପତି ସୁବାସ ଚନ୍ଦ୍ର ମୁଣ୍ଡ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ବିଆର୍‌ସିସି ସୁରେନ୍ଦ୍ର ମୋହନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ଇ. ହିରାଲାଲ ପଣ୍ଡା, ସମ୍ପାଦକ ସିଦ୍ଧାର୍ଥ ମିଶ୍ର, ପ୍ରଧାନ ଶିକ୍ଷକ ବିଶ୍ଵ ଜୀବନ ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ମୋଟ ୭୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ କରିବା ସହିତ ଶତ ପ୍ରତିଶତ ଫଳାଫଳ ମିଳିଥିଲା । ତନ୍ମଧ୍ୟରୁ ୧୮ଜଣ ଛାତ୍ରଛାତ୍ରୀ ଏ-ୱାନ୍‌ରେ ପାସ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ସୁଚନା ମିଳିଛି । ବିଦ୍ୟାଳୟର ଗୁଣନିଧି ମାଝୀ ୯୪ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ସୁଚନା ମିଳିଛି । ବରିଷ୍ଠ ଶିକ୍ଷକ ସୁଧାକର ପଣ୍ଡା ଓ ସମୀର କୁମାର ବେହେରା ମଞ୍ଚ ପରିଚାଳନା କରିଥଲେ ।

jayashree
Leave A Reply

Your email address will not be published.