
ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଆସୋସିଏସନ ରାଉରକେଲା ୟୁନିଟ୍ ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୟୁଥ୍ ହଷ୍ଟେଲ ଆସୋସିଏସନ୍ ରାଉରକେଲା ୟୁନିଟର ସଭାପତି ପ୍ରତାପ କୁମାର ସ୍ୱାଇଁ, ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ତତ୍ୱାବଧାନ ତଥା ରାଉରକେଲା କ୍ଲବର ସହଯୋଗ ଓ ମୋନାଲିସା ଗୌଡ଼ଙ୍କ ସଂଯୋଜନାରେ ୨୬ ତମ ସନ୍ତରଣ ପ୍ରତିଯୋଗିତା ସେକ୍ଟର -୨୦ ସ୍ଥିତ ରାଉରକେଲା କ୍ଲବରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ସ୍କୁଲ କଲେଜର ୮୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମୁଖ୍ୟଅତିଥି ଭାବେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ଅନୀଲ କୁମାର ଯୋଗଦେଇ ସନ୍ତରଣ ପ୍ରତଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରିବା ସହିତ ସନ୍ତରଣ ପ୍ରତିଯୋଗିତାର ଉପକାରିତା ଓ ଉତ୍ତମ ସ୍ୱାସ୍ଥ୍ୟ ଗଠନ ଉପରେ ଆଗାମୀ ପିଢ଼ିକୁ ଉତ୍ତମ ଦିଗଦର୍ଶନ ମୂଳକ ବାର୍ତ୍ତା ପ୍ରଦାନ କରିଥଲେ । ୟୁଥ୍ ହଷ୍ଟେଲ ଆସୋସିଏସନର କର୍ମକର୍ତ୍ତା ମାନେ ମଧ୍ୟ ସହଯୋଗ କରିଥିବା ବେଳେ ୟୁଥ ହଷ୍ଟେଲର ସମ୍ପାଦକ ନିରଞ୍ଜନ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୟୁଥ୍ ହଷ୍ଟେଲର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।